ରାଉରକେଲା: ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁକୁ ନେଇ ରାଉରକେଲା ସରକାରୀ ଡ଼ାକ୍ତରଖାନା (ଆରଜିଏଚ) ରେ ଉତ୍ତେଜନା ଦେଖାଦେଇଥିଲା । ମୃତ ମହିଳା ଜଣଙ୍କ ହେଲେ ମାଲାଗୋଦାମ ସର୍ଦାର ବସ୍ତିର ସୁଶୀଳ ଟପ୍ପୋ (୪୧) । ଡ଼ିଏସପି ଅସୀମା ପଣ୍ଡା, ରଘୁନାଥ ପାଲି ତାନା ଅଧିକାରୀ ବିଜୟ ବିହାରୀ ପହଞ୍ଚି ଉତ୍ତେଜିିତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ମର୍ଗରେ ରଖିଛି । ମୃତ ମହିଳାଙ୍କ ଘରେ ଭଡ଼ା ରହୁଥିବା ପୁଷ ସାହୁଙ୍କ ଲିଖିତ ଏତଲା ଆଧାରରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।
ମାଲଗୋଦାମ ସର୍ଦାର ବସ୍ତିରେ ସୁଶୀଳା ଏକାକୀ ରହୁଥିଲେ l ଆଜି ସନ୍ଧ୍ୟାରେ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପଡ଼ୋଶୀ ଚିକିତ୍ସା ପାଇଁ ଆରଜିଏଚକୁ ଆଣିଥିଲେ l ସେମାନଙ୍କ କହିବା ଅନୁଯାୟୀ ରାତି ଡିଉଟିରେ ଥିବା ମହିଳା ଡାକ୍ତର ସୁଶୀଳାଙ୍କୁ ନ ଦେଖି ବେସିନରେ ହାତ ସଫା କରିବାରେ ବ୍ୟସ୍ତ ଥିଲେ l ପଡ଼ୋଶୀ ଯେତେ ଅନୁରୋଧ କରିଥିଲେ ମଧ୍ୟ ଶୁଣି ନ ଥିଲେ l ଫଳରେ ମହିଳା ଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରି ଶେଷରେ ଆଖି ବୁଜିଥିଲେ l
ଏହି ଘଟଣା ପ୍ରଚାରିତ ହେବା ପରେ ବସ୍ତି ଲୋକ ପହଞ୍ଚି ପାଟିତୁଣ୍ଡ କରିଥିଲେ l ଡାକ୍ତରଙ୍କ ବିରୋଧରେ କାର୍ଯାନୁଷ୍ଠାନ ଦାବି କରି ପାଟି କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା l



Visitors Today : 2
Total Visitors : 130168
Total Views : 9891613
Visitors Online Now : 0