ନୂଆଦିଲ୍ଲୀ : ଅଗଷ୍ଟ ୧୫ ତାରିଖ ସଂନ୍ଧ୍ୟା ୭.୨୯ ମିନିଟ ଅନ୍ତର୍ଜାତୀୟ କ୍ରିକେଟ ଖେଳରୁ ଅବସର ଗ୍ରହଣ କଲେ ଭାରତ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନୀ । ତାଙ୍କର କିଛି ସମୟ ପରେ ସୁରେଶ ରୈନା ମଧ୍ୟ ଅବସର ଗ୍ରହଣ କରିଥିଲେ । କାହିଁକି ନେଲେ ହଠାତ୍ ନିଷ୍ପତ୍ତି? ସନ୍ଧ୍ୟା ୭.୨୯ମିନିଟରେ ଅବସରର କ’ଣ ରହିଛି ରହସ୍ୟ? କୋଟି କୋଟି କ୍ରିକେଟ ପ୍ରେମୀଙ୍କୁ କାହିଁକି ଏମିତି ଝଟକା ଦେଇଛନ୍ତି ମହେନ୍ଦ୍ର ସିଂହ ଧୋନୀ ଓ ରାଇନା ? ଧୋନୀ ଏବଂ ରୈନାଙ୍କର ଏ ସ୍ୱତଃପ୍ରବୃତ୍ତ ନିଷ୍ପତ୍ତି ଥିଲା କି? ନା ପୂର୍ବରୁ ଉଭୟ ଏନେଇ ଆଲୋଚନା କରିଥିଲେ ? ଏମିତି ତମାମ ପ୍ରଶ୍ନର ଉତ୍ତର ଖୋଜୁଥିଲେ ତାଙ୍କ ପ୍ରଶଂସକ । ଏବେ ଏ ତମାମ ପ୍ରଶ୍ନର ଉତ୍ତର ପଦାକୁ ଆଣିଛନ୍ତି ସୁରେଶ ରୈନା । ଏନେଇ ସେ କହିଛନ୍ତି, ‘ ଗତ ଶୁକ୍ରବାର ଦିନ ଆଇପିଏଲ୍ ଶିବିରରେ ଯୋଗଦେବାକୁ ଚେନ୍ନାଇ ପହଞ୍ଚିବା ପୂର୍ବରୁ ଆମେ ଉଭୟ ଅବସର ନେବା ପାଇଁ ନିଷ୍ପତ୍ତି ନେଇସାରିଥିଲୁ । ଆମେ ଅଗଷ୍ଟ ୧୫ରେ ଅବସର ନେବାକୁ ମାନସିକ ଭାବେ ସ୍ଥିର କଲୁ । ମାହି ଭାଇଙ୍କ ଜର୍ସି ନମ୍ବର ୭ ଏବଂ ମୋର ୩ ଏବଂ ଉଭୟଙ୍କ ସଂଖ୍ୟାକୁ ଯୋଡିଲେ ହେଉଛି ୭୩ । ପୁଣି ଶନିବାର ଆମ ଦେଶ ସ୍ୱାଧୀନ ହେବାର ୭୩ ବର୍ଷ ପୁରିଯାଉଥିଲା । ତେଣୁ ଏଭଳି ଏକ ସଂଖ୍ୟାର ସଂଯୋଗ ଦୃଷ୍ଟିରୁ ଅବସର ଘୋଷଣା ପାଇଁ ଅଗଷ୍ଟ ୧୫ ତାରିଖକୁ ହିଁ ସର୍ବୋକୃଷ୍ଟ ଦିବସ ଭାବେ ବିଚାର କଲୁ ବୋଲି ସ୍ପଷ୍ଟ କରିଛନ୍ତି ସୁରେଶ ରୈନା । ସେହି ସଂନ୍ଧ୍ୟାରେ ସବୁ କିଛି ଯୋଜନା ମୁତାବକ ଚାଲିଥିଲା । ଅବସର ଘୋଷଣା ପରେ ଉଭୟ ଖୁବ୍ କାନ୍ଦିଥିଲେ । ମୁଁ, ପୀୟୁଷ ଚାୱାଲା, ଅମ୍ବାତି ରାୟୁଡୁ, କେଦାର ଯାଦବ ଏବଂ କନ ଶର୍ମା ଏହାପରେ ଏକାଠି ବସି ଆମମାନଙ୍କ କ୍ୟାରିୟର ଓ ସଂପର୍କକୁ ନେଇ ଆଲୋଚନା କରିଥିଲୁ ବୋଲି ରାଇନା କହିଛନ୍ତି ।’



Visitors Today : 2
Total Visitors : 130168
Total Views : 9891613
Visitors Online Now : 0