ନୂଆଦିଲ୍ଲୀ: ରାଜ୍ୟମାନଙ୍କରେ ନିଜର ସ୍ଥିତି ତଥା ଆଧିପତ୍ୟକୁ ମଜଭୁତ କରିବାକୁ କେନ୍ଦ୍ର ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ସ୍ଥିର କରିଛି । ସେଥିପାଇଁ ମନ୍ତ୍ରାଳୟ ଏକୀକୃତ କାର୍ଯ୍ୟାଳୟ ସ୍ଥାପନ କରିବ । ବର୍ତ୍ତମାନ ଦେଶରେ ମନ୍ତ୍ରାଳୟର ଅଲଗା ଅଲଗା କାର୍ଯ୍ୟ ପାଇଁ ୩୦ଟି ଆଞ୍ଚଳିକ କାର୍ଯ୍ୟାଳୟ ରହିଛି ।
ସୂଚନାନୁସାରେ ବର୍ତ୍ତମାନ ରାଜ୍ୟରେ କାର୍ଯ୍ୟ କରୁଥିବା ୩୦ଟି ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାନରେ ୧୯ଟି ଏକୀକୃତ କାର୍ଯ୍ୟାଳୟ କାର୍ଯ୍ୟ କରିବ । ଏହା ଅକ୍ଟୋବର ୧ରୁ କାର୍ଯ୍ୟ କରିବା ଆରମ୍ଭ କରିବ । ମନ୍ତ୍ରଣାଳୟ ଦ୍ୱାରା ଭୁବନେଶ୍ୱର, ସିଲଂ, ବେଙ୍ଗାଲୁରୁ, ଚେନ୍ନାଇ, ଲକ୍ଷ୍ନୌ, ଭୋପାଳ, ନାଗପୁର, ଚଣ୍ଡୀଗଡ, ଡେରାଡୁନ୍, ଜୟପୁର, ଗାନ୍ଧୀନଗର, ବିଜୟୱାଡ଼ା, ରାୟପୁର, ହାଇଦ୍ରାବାଦ, ସିମଳା, କୋଲକାତା, ଗୌହାଟୀରେ ଏହିସବୁ କାର୍ଯ୍ୟାଳୟ ଖୋଲାଯିବ । ଏହି କାର୍ଯ୍ୟାଳୟ ଅନ୍ତର୍ଗତ ଇଣ୍ଡିଆନ ଫରେଷ୍ଟ ସର୍ଭେ , ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ଓ ସେଣ୍ଟ୍ରାଲ ଜୁ ପ୍ରାଧିକରଣ ଭଳି କାର୍ଯ୍ୟାଳୟ ଗୋଟିଏ ପ୍ଲାଟଫର୍ମରେ ନଜର ଆସିବେ ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0