ଭୁବନେଶ୍ୱର: ପୁଣି ଜଣେ ବିଧାୟକଙ୍କୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଟ୍ୱଟିରେ ଅନନ୍ତ ନାରାୟଣ ଉଲ୍ଲେଖ କରିଛନ୍ତି ଯେ କୋଭିଡ଼ର ଲଓଣ ଦେଖାଦେବା ପରେ ସେ ନିଜର ଟେଷ୍ଟ କରଥିଲେ । ତାଙ୍କର ରିପୋର୍ଟ ପଜିଟିଭ ଆସିଛି । ସେ ସୁସ୍ଥ ଥିବା ସହ ଘରେ ସଙ୍ଗରୋଧରେ ଥିବା ଜଣାଇଛନ୍ତି । ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ସଙ୍ଗରୋଧରେ ରହିବାକୁ ଅନୁରୋଧ କରିଛନ୍ତି ବିଧାୟକ ଅନନ୍ତ ନାରାୟଣ ଜେନା। ଏହାଛଡ଼ା ତାଙ୍କ ପିଏସ୍ ଓ ଏବଂ ଡ୍ରାଇଭର୍ ବି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଗତ ୧୭ ତାରିଖରେ ରାଜ୍ୟ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଥିଲା। ଏନେଇ ଟ୍ୱଟି କରି ନିଜେ ସୂଚନା ଦେଇଥିଲେ ସୁଶାନ୍ତ ସିଂହ ।
ତା’ପୂର୍ବରୁ ରାଜ୍ୟର ୫ଜଣ ବିଧାୟକ କରୋନା ଆକ୍ରାନ୍ତ ହୋଇଛନ୍ତି। ଏଥିପୂର୍ବରୁ ବାଲେଶ୍ବର ଜିଲ୍ଲାର ନୀଳଗିରି ଓ ରେମୁଣା, କଟକ ଜିଲ୍ଲାର ସାଲେପୁର, ଗଞ୍ଜାମ ଜିଲ୍ଲାର ପୋଲସରା ବିଧାୟକ ଓ ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏହାଛଡା ନିକଟରେ ବରଗଡ ସାଂସଦ ସୁରେଶ ପୁଜାରୀ ମଧ୍ୟ ପଜିଟିଭ ଚିହ୍ନଟ ହେବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସାଧୀନ ଅଛନ୍ତି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0