ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ହୋଇଛି । ଦୀର୍ଘ ଦିନ ଧରି ଗୁରୁତର ଅବସ୍ଥାରେ ଦିଲ୍ଲୀର ଆର୍ମି ରିସର୍ଚ ଆଣ୍ଡ୍ ରେଫେରାଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ପ୍ରଣବ ମୁଖାର୍ଜୀ । ଭେଣ୍ଟିଲେଟର ସହାୟତାରେ ରହିଥିବା ବେଳେ ବୁଧବାର ଦିନ ତାଙ୍କ ଫୁସଫୁସ୍ ସଂକ୍ରମଣ ହୋଇଥିବା ଜଣାପଡିଥିଲା । ସେଥିପାଇଁ ତାଙ୍କୁ ଦଳେ ବିଶେଷଜ୍ଞ ଡାକ୍ତର ନିରନ୍ତର ନିରୀକ୍ଷଣ କରୁଛନ୍ତି ବୋଲି ହସ୍ପିଟାଲ ତରଫରୁ କୁହାଯାଇଛି । ତାଙ୍କ ଶରୀର ଲକ୍ଷଣ ଗୁଡିକ ସ୍ଥିର ତଥା ନିୟନ୍ତ୍ରଣାଧୀନ ରହିଥିବା ତାଙ୍କ ପୁଅ ଅଭିଜିତ୍ ମୁଖାର୍ଜୀ ଗଣମାଧ୍ୟମକୁ ଜଣାଇଛନ୍ତି । ଏଥି ସହ ପିତାଙ୍କର ଆରୋଗ୍ୟ କାମନା ପାଇଁ ଅନ୍ୟମାନଙ୍କୁ ପ୍ରାଥନା କରିବା ପାଇଁ ନିବେଦନ କରିଛନ୍ତି । ଗତ ୯ ତାରିଖ ଶ୍ରୀ ମୁଖାର୍ଜୀ ନିଜର ଏକ ଛୋଟ ବ୍ରେନ ସର୍ଜରୀ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ସେଠାରେ ପରୀକ୍ଷା ନିରୀକ୍ଷା ବେଳେ ସେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେବେଠାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0