ନୂଆଦିଲ୍ଲୀ: ଧୀରେ ଧୀରେ ଜିମେଲ ସେବାର ଚାହିଦା କମିବାରେ ଲାଗିଛି । ମେଲ୍ ପ୍ଲାଟ୍ଫର୍ମର ଚାହିଦା କେବଳ ଭାରତ ନୁହେଁ ବରଂ ଅନ୍ୟ ଦେଶମାନଙ୍କରେ ମଧ୍ୟ ହ୍ରାସ ପାଇଛି । ଏହାର ବ୍ୟବହାରକାରୀଙ୍କ ଅଭିଯୋଗ ଅନୁସାରେ ସେମାନେ ନା ଆକାଉଣ୍ଟ ଖୋଲି ପାରୁଛନ୍ତି ନା ମେସେଜ ପଠାଇପାରୁଛନ୍ତି । ଜିମେଲ ପରି ଗୁଗଲ ଡ୍ରାଇଭରେ ବି ବିଭିନ୍ନ ପ୍ରକାର ଅସୁବିଧା ଭୋଗ କରୁଛନ୍ତି । ଏହା ବିରୋଧରେ ଅନେକ ଟ୍ୱିଟର ବ୍ୟବହାରକାରୀ ମଧ୍ୟ ଟ୍ୱିଟ୍ କରି ଅଭିଯୋଗ କରିଛନ୍ତି । ଏପରି ଅଭିଯୋଗକୁ ନେଇ ଗୁଗଲ ମଧ୍ୟ ସ୍ପଷ୍ଟ କରିଛି । ଏହି ଅଭିଯୋଗ ପାରେ କମ୍ପାନୀ ତା’ର ଜି ସ୍ୟୁଟ୍ ଡାସ୍ ବୋର୍ଡରେ ଏହି ଘଟଣାର ତଦନ୍ତ ଆରମ୍ଭ କରିବା ନେଇ ଲେଖିଛି । ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ନେଇ ଖୁବ୍ ଶୀଘ୍ର ସୂଚନା ପ୍ରଦାନ କରାଯିବ ବୋଲି ମଧ୍ୟ କୁହାଯାଇଛି । ଗୁରୁବାର ସକାଳୁ ଅନେକ ଜିମେଲ ବ୍ୟବହାରକାରୀ ଆକାଉଣ୍ଟ୍ ଲଗ୍ ଇନ୍ ନକରିପାରିବା ସହ ମେଲ ପଠାଇ ପାରୁନଥିବାର ଅଭିଯୋଗ ଆଣିଥିଲେ । ନେଟୱାର୍କ ଥାଇ ମଧ୍ୟ ମେଲ କରିବାରେ ଅସୁବିଧା ହୋଇଥିଲା ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0