spot_img

ସେପ୍ଟେମ୍ବର ୧ରୁ ବଢିବ ବିମାନ ଟିକେଟର ଦାମ

ଆସନ୍ତା ମାସରୁ ଘରୋଇ ତଥା ଆନ୍ତର୍ଜାତୀୟ ଯାତ୍ରୀଙ୍କ ଉପରେ ଆଦାୟ ହେଉଥିବା ବିମାନ ସୁରକ୍ଷା ଏଏସଏଫ ବୃଦ୍ଧି ପାଇବ । ଏ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଆଜି ଘୋଷଣା କରାଯାଇଛି । ସେପ୍ଟେମ୍ବର ୧ ରୁ ଏହି ନିୟମ ଳାଗୁ ହେବ । ବର୍ତ୍ତମାନ ଘରୋଇ ଯାତ୍ରୀଙ୍କ ଠାରୁ ଏଏସଏଫ ପାଇଁ ୧୫୦ ଟଙ୍କା ଆଦୟ କରାଯାଉଥିବା ବେଳେ ସେପ୍ଟେମ୍ବର ୧ ରୁ ଏହା ୧୬୦ଟଙ୍କାକୁ ବୃଦ୍ଧି ପାଇବ । ଏହା ସହ ଆନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ବର୍ତ୍ତମାନ ୪.୮୫ ଡଲାର ଥିବା ବେଳେ ସେପ୍ଟେମ୍ବର ୧ରୁ ଏହାକୁ ୫.୨ ଡଲାରକୁ ବୃଦ୍ଧି କରାଯିବ । ତେବେ ଘରୋଇ ତଥା ଆନ୍ତର୍ଜାତୀୟ ଟିକେଟ୍ ବର୍ଦ୍ଧିତ ଏଏସଏଫ ଆସନ୍ତା ମାସ ତଥା ସେପ୍ଟେମ୍ବର ୧ରୁ କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular