spot_img

କରୋନାରେ ସୁସ୍ଥ ଲୋକଙ୍କ ପାଇଁ ଉତ୍ସଗୀକୃତ ବହିର୍ବିଭାଗ

କୋଲକାତା: କରୋନାରେ ସୁସ୍ଥ ଲୋକଙ୍କ ପାଇଁ କୋଲକାତାରେ ଉତ୍ସଗୀକୃତ ବର୍ହିବିଭାଗ ଆରମ୍ଭ ହୋଇଛି । ଆଉ ଏଥି ସହିତ ଚିକିତ୍ସା କ୍ଷେତ୍ରରେ ଆଉ ଏକ ଉଦାହରଣ ସୃଷ୍ଟି କରିଛି କୋଲକାତା । ଆନନ୍ଦପୁରସ୍ଥିତ ଫର୍ଟିସ୍ ହସ୍ପିଟାଲରେ କରୋନାରୁ ସୁସ୍ଥ ହୋଇଥିବା ଲୋକମାନଙ୍କ ପାଇଁ ଉତ୍ସଗୀକୃତ ବହିର୍ବିଭାଗ ବା ଡେଡିକେଟେଡ଼୍ ଆଉଟପେସେଣ୍ଟ ଡିପାର୍ଟମେଣ୍ଟ (ଓପିଡ଼ି) ଆରମ୍ଭ ହୋଇଛି । ଏହା ଦେଶର ପ୍ରଥମ ଓପିଡ଼ି, ଯେଉଁଠି କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କର ଭବିଷ୍ୟତରେ ଯେକୌଣସି ଶାରୀରିକ ବା ମାନସିକ ସମସ୍ୟା ଦେଖାଦେଲେ ତାହାର ଚିକିତ୍ସା କରାଯିବ । ଓପିଡ଼ି ପାଇଁ ଏକ ବିଶାଳ ଡାକ୍ତରୀ ଟିମ୍ ଗଠନ କରାଯିବ । ଟିମରେ କାର୍ଡିଓଲୋଜିଷ୍ଟଙ୍କ ସହ ଗ୍ୟାଷ୍ଟ୍ରାଲୋଜିଷ୍ଟ, ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ, ଫିଜିଓ ଥେରାପିଷ୍ଟଙ୍କ ସହ ମେଡ଼ିକାଲ ସୋସିଆଲ ୱାର୍କର ସାମିଲ ଅଛନ୍ତି । କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ଶରୀରରେ ଏହାର ପ୍ରଭାବ ରହୁଛି । ଫଳରେ ଭବିଷ୍ୟତରେ ରୋଗୀଙ୍କର ଶାରରରିକ ଓ ମାନସିକ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି । ଏଥିପାଇଁ କରୋନାରୁ ସୁସ୍ଥ ଲୋକଙ୍କ ନିମନ୍ତେ ଉତ୍ସଗୀକୃତ ବର୍ହିବିଭାଗର ଆବଶ୍ୟକତା ରହିଛି ବୋଲଇ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular