ଭୁବନେଶ୍ୱର: ଯୁକ୍ତ ୨ କଲେଜରେ ନାମଲେଖା ଲାଗି ୨୧ ତାରିଖ ଅର୍ଥାତ ଆଜି ଠାରୁ ପୂର୍ବାହ୍ନ ୧୧ଟାରୁ ଅନଳାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ସେପ୍ଟେମ୍ବର ୪ ତାରିଖ ରାତି ୧୧ ଟା ୪୫ ମଧ୍ୟରେ ଛାତ୍ରଛାତ୍ରୀ ‘www.samsodisha.gov.in <http://www.samsodisha.gov.in>’ ମାଧ୍ୟମରେ କମନ୍ ଆପ୍ଲିକେସନ ଫର୍ମ ରେ ଆବେଦନ କରିପାରିବେ । ଛାତ୍ର ଛାତ୍ରୀଙ୍କ ନାମଲେଖା ଆବେଦନ ଫି କୁ ୧୦୦ଟଙ୍କା ହ୍ରାସ କରାଯାଇଛି । ସେପ୍ଟେମ୍ବର ୯ ପୂର୍ବାହ୍ନ ୧୧ଟାରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ ଏବଂ ସେପ୍ଟେମ୍ବର ୧୧ରୁ ୧୮ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଚୟନ ଛାତ୍ରଛତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେବ । ସେହିପରି ସେପ୍ଟେମ୍ବର ୨୩ ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ ପ୍ରକାଶ ପାଇବା ବେଳେ ୨୪ରୁ ୨୮ ତାରିଖ ମଧ୍ୟରେ ନାମଲେଖା ହେବ । ପରେ ଅକ୍ଟୋବର ୧ ତାରିଖ ପୂର୍ବାହ୍ନ ୧୧ଟାରେ ସ୍ପଟ୍ ସିଲେକ୍ସନ ତାଲିକା ବାହାରିବ । ୧ରୁ ୩ ତାରିଖ ମଧ୍ୟରେ ସ୍ପଟ୍ ନାମଲେଖା ଲାଗି ନାମ ପଞ୍ଜିକରଣ କରାଯିବା ସହ ୩ ତାରିଖରେ ସ୍ପଟ୍ ନାମଲେଖା ପାଇଁ ଚୂଡାନ୍ତ ତାଲିକା ପ୍ରକାଶ ପାଇବ ଏବଂ ଅକ୍ଟୋବର ୫ ତାରିଖରେ ସ୍ପଟ୍ ନାମଲେଖା ଅନୁଷ୍ଠିତ ହେବ । ସିଏଏଫର ଯାଞ୍ଚ ଓ ବୈଧତା ନାମଲେଖା ସମୟରେ ନିର୍ଦ୍ଦିଷ୍ଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ କରାଯିବ । ଓରିଜିନାଲ ମାର୍କସିଟ, ସ୍କୁଲ ଲିଭିଂ ସାର୍ଟିଫିକେଟ୍, କଣ୍ଡକ୍ଟ ସାର୍ଟିଫିକେଟ, ମାଇଗ୍ରେସନ ସାର୍ଟିଫିକେଟ , ସଂରକ୍ଷିତ ଓ ଅନ୍ୟାନ୍ୟ ଡକୁ୍ୟମେଣ୍ଟ ଯାଞ୍ଚ ନାମଲେଖା ସମୟରେ ହେବ । ଯଦି କୌଣସି ଛାତ୍ରଛାତ୍ରୀ ନାମଲେଖା ସମୟରେ ବୈଧ କାରଣ ଦେଖାଇ ଏହି ସବୁ ଡକ୍ୟୁମେଣ୍ଟ ଦେଇପାରିବେ ନାହିଁ ସୋମନଙ୍କୁ ଗୋଟିଏ ମାସ ଲିଖିତ ମହଲତ ମିଳିବ । ରେଗୁଲାର ନାମଲେଖା ସରିବାର ୧୫ ଦିନ ପରେ କରେସପଣ୍ଡେଣ୍ଟ କୋର୍ସ ଲାଗି ନାମଲେଖା ହେବ । ଗତବର୍ଷ ପରି ଏଥର ମଧ୍ୟ ନାମଲେଖା ଲାଗି ସମାନ ଚୟନ ପ୍ରକ୍ରିୟା ଜାରି ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0