ତେଲେଙ୍ଗାନାର ନଗରକୁର୍ଣ୍ଣୁଲ ଜିଲ୍ଲା ଅନ୍ତର୍ଗତ ଶ୍ରୀଶୈଳମ୍ ଜଳଭଣ୍ଡାରରେ ଅଗ୍ନିକାଣ୍ଡ ଘଟିଛି । ଭୂତଳ ଜଳବିଦ୍ୟୁତ୍ ଶକ୍ତି କେନ୍ଦ୍ରରେ ସର୍ଟସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିବା ପରେ ପାୱାର ପ୍ଲାଣ୍ଟ୍ର ୟୁନିଟ୍ ୪ରେ ବିସ୍ଫୋରଣ ଘଟିଛି । ନିଆଁ ଲାଗିବା ସମୟରେ ପ୍ରାୟ ୧୭ ଜଣ କର୍ମଚାରୀ ଡ୍ୟୁଟିରେ ଥିଲେ । ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କୁ ସେଠାରୁ ଉଦ୍ଧାର କରାଯାଇଛି । ୯ ଜଣଙ୍କର କୌଣସି ପତ୍ତା ମିଳିପାରିନାହିଁ । ସୁଡ଼ଙ୍ଗ ରାସ୍ତା ଦେଇ ଆଠ ଜଣ ନିରାପଦରେ ବାହାରି ଯାଇଥିବା ବେଳେ ବାକି ୯ ଜଣ ପରିସର ମଧ୍ୟରେ ଅଟକି ରହିଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରେ ୬ ଜଣ ଟିଏସ୍ ଜେନ୍ କୋ କର୍ମଚାରୀ ଓ ତିନିଜଣ ଘରୋଇ କମ୍ପାନୀ କର୍ମଚାରୀ ଅଛନ୍ତି ।
ଗୁରୁବାର ରାତି ପ୍ରାୟ ୧୦.୩୦ ରେ ଏହି ଏହି ଦୁର୍ଘଟଣା ଘଟିଥିବା ସୁଚନା ମିଳିଛି । ସର୍ଟସକିଟ୍ ଯୋଗୁଁ ପ୍ୟାନେଲ ବୋର୍ଡରେ ନିଆଁ ଲାଗିଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି । ଷ୍ଟେସନରେ ବିଦ୍ୟୁତ୍ ଚାଲିଯିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଜିରୋ ଲେବଲରୁ ଧୂଆଁ ବାହାରି ସର୍ଭିସ୍ ବେ ଆଡ଼କୁ ଉଠୁଥିଲା ବୋଲି ପ୍ରତ୍ୟେକ୍ଷଦର୍ଶୀ ସୂଚନା ଦେଇଛନ୍ତି । ଜଳଭଣ୍ଡାରଟି କୃଷ୍ଣା ନଦୀ ଉପରେ ଅବସ୍ଥିତ । ତେଲେଙ୍ଗାନା ମନ୍ତ୍ରୀ ଜଗଦୀଶ ରେଡ୍ଡୀ ଏବଂ ଟିଏସ୍ ଜେନକୋ ସିଏମଡି ପ୍ରଭାକର ରାଓ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0