ଭୁବନେଶ୍ୱର: ରାଜ୍ୟରେ ରେକର୍ଡ଼ ସଂଖ୍ୟକ କୋଭିଡ଼ ନମୁନା ପରୀକ୍ଷା କରାଯାାଇଥିବାର ସୂଚନା ମିଳିଛି । ପୁଣି ଏକ ଦିନକରେ ୫୦ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ଭିତରେ ୫୬ ହଜାର୪୭୯ କରୋନା ନମୁନା ପରୀକ୍ଷା ହୋଇଥିବା ଖବର ମିଳିଛି । ଏଥିମଧିରୁ ୪୪,୯୫୦ ଜଣଙ୍କର ଆଣ୍ଟିଜେନ ୧୧୩୫୮ଟି ଆରଟିପିିସସିଆର ଓ ୧୭୧ଟି ଟ୍ରୁନଟ ପରୀକ୍ଷା ହୋଇଛି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦିପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଗଞାମ ଜିଲ୍ଲାରେ ସର୍ବାଧିକ ୭,୯୫୫ କରୋନା ନମୁନା ପରୀକ୍ଷା କରାଯାଇଥିବାର ସୂଚନା ମିଳିଛି । ରାଜ୍ୟରେ ନମୁନା ପରୀକ୍ଷା ସଂଖ୍ୟା ଇତିମଧ୍ୟରେ ୧୦ଲକ୍ଷ ଟପିଯାଇଛି। ଲଗାତାର କିଛି ଦିନ ଧରି ରାଜ୍ୟରେ ୫୦ ହଜାରରୁ ଅଧିକ ନମୁନା ପରୀକ୍ଷା ହେବା ଫଳରେ ଏହା ସମ୍ଭବପର ହୋଇଛି। କେବଳ ନମୁନା ପରୀକ୍ଷାରେ ବୃଦ୍ଧି ନୁହେଁ, ଦୈନିକ ଟେଷ୍ଟ ପଜିଟିଭ୍ ରେଟ୍ (ଟିପିଆର) ୫ରୁ ତଳକୁ ଖସି ଆସିଛି। କରୋନା ଲଢ଼େଇରେ ଏହା ରାଜ୍ୟ ପାଇଁ ଏକ ଉତ୍ସାହଜନକ ଖବର।



Visitors Today : 1
Total Visitors : 130437
Total Views : 9891968
Visitors Online Now : 0