spot_img

କରୋନା ସମୟରେ କେନ୍ଦ୍ର ସରକାରଙ୍କ ବଡ ଘୋଷଣା, ବେରୋଜଗାର କର୍ମଚାରୀଙ୍କୁ ମିଳିବ ତିନି ମାସ ଦରମାର ୫୦ ପ୍ରତିଶତ

ନୂଆଦିଲ୍ଲୀ: କରୋନା ସଙ୍କଟ ସମୟରେ ପରିଶ୍ରମୀ କର୍ମଚାରୀମାନଙ୍କ ପାଇଁ କେନ୍ଦ୍ର ସରକାର ଏକ ଖୁସି ଖବର ଆଣିଛନ୍ତି । କର୍ମଚାରୀମାନଙ୍କୁ ସେମାନଙ୍କର ଗତ ତିନିମାସ ଦରମାର ୫୦ ପ୍ରତିଶତ ଟଙ୍କା ବେରୋଜଗାର ମୁନାଫା ହିସାବରେ ମିଳିବ । ଏହି ନିୟମ ଦ୍ୱାରା ପ୍ରାୟ ୪୦ ଲକ୍ଷ କର୍ମଚାରୀ ଲାଭବାନ ହେବେ । କରୋନା ସମୟରେ ନିଜର ରୋଜଗାର ହରାଇଥିବା କର୍ମଚାରୀମାନେ ଏହି ସୁବିଧା ପାଇପାରିବେ । ସୂଚନାଯାୟୀ, ଏହି ସୁବିଧା ସେଇମାନଙ୍କୁ ମିଳିବ ଯେଉଁମାନେ ଚଳିତ ବର୍ଷ ୨୪ ମାର୍ଚ୍ଚ ରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ନିଜର ଚାକିରୀ ହରାଇଥିବେ । ଗୁରୁବାର କର୍ମଚାରୀ ରାଜ୍ୟ ବିମା ନିଗମ ବୈଠକରେ ଏନେଇ ପ୍ରସ୍ତାବ ରଖାଯାଇଥିଲା । ଇଏସଆଇସି ନିଜର ତଥ୍ୟ ଅନୁସାରେ, ବେରୋଜଗାର କର୍ମଚାରୀମାନଙ୍କୁ ଏହା ଫାଇଦା ଦେବ । କିନ୍ତୁ ଏଥିପାଇଁ କର୍ମଚାରୀମାନେ ଇଏସଆଇସି ଶାଖାରେ ଯାଇ ଆବେଦନ କରିପାରିବେ ଏବଂ ଉଚିତ୍ ତଦନ୍ତ ପରେ ସେମାନଙ୍କ ବ୍ୟାଙ୍କ ଖାତାକୁ ଅର୍ଥରାଶି ପଠାଇଦିଆଯିବ । ଏଥିପାଇଁ ଆଧାର ନମ୍ବରର ମଧ୍ୟ ସହୟତା ନିଆଯିବ ।
ସୂଚନା ଥାଉକି, ସେଣ୍ଟର ଫର ମନିଟରିଙ୍ଗ ଇଣ୍ଡିଆନ ଇକୋନୋମି ଅନୁସାରେ କରୋନା ସଙ୍କଟ କାରଣରୁ ପ୍ରାୟ ୧.୯ କୋଟି ଲୋକ ନିଜର ଚାକିରୀ ହରାଇଛନ୍ତି । କେବଳ ଜୁଲାଇ ମାସରେ ପ୍ରାୟ ୫୦ ଲକ୍ଷ ଲୋକ ବେରୋଜଗାର ହୋଇଛନ୍ତି । ସେପଟେ କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ ମୁତାବକ, ଜୁନ୍ ମାସରେ ୪.୯୮ ଲକ୍ଷ ଲୋକ ଓପଚାରିକ ଭାବେ କାର୍ଯ୍ୟ ସହିତ ଜଡିତ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular