spot_img

ଅବସର ପରେ ଧୋନୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭାବପୂର୍ଣ୍ଣ ଶୁଭେଚ୍ଛା

ନୂଆଦିଲ୍ଲୀ: ଅଗଷ୍ଟ ୧୫ ତାରିଖରେ କ୍ରିକେଟରୁ ଅବସର ନେବା ପାଇଁ ଘୋଷଣା କରିଛନ୍ତି ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନୀ । ତାକୁ ନେଇ ତାଙ୍କ ପ୍ରଶଂସକ ମହଲରେ ଦୁଃଖ ଦେଖିବାକୁ ମିଳିଛି । ମାତ୍ର ଧୋନୀଙ୍କ ଅବସର ପରେ ପ୍ରଧାନମନ୍ତ୍ରୀ ମୋଦୀ ପତ୍ରଲେଖି ତାଙ୍କୁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, “ଆପଣଙ୍କଠାରେ ନୂଆ ଭାରତର ଆତ୍ମା ପ୍ରତିଫଳିତ ହେଉଛି । ଆପଣଙ୍କଠାରେ ଯୁବକଙ୍କ ଭାଗ୍ୟ ଓ ପରିଚୟ ସେମାନଙ୍କ ପରିବାର ନିର୍ଣ୍ଣୟ କରିନଥାଏ । ବରଂ ଏହି ଯୁବକମାନେ ନିଜେ ନିଜର ପରିଚୟ ହାସଲ କରିଥାନ୍ତି । ଧୋନୀଙ୍କ ଅବସର ପରେ ୧୩୦ କୋଟି ଭାରତୀୟ ନିରାଶ ହୋଇଛନ୍ତି । ଧୋନୀ ଜଣେ ମହାନ ଖେଳାଳି ଓ ଅଧିନାୟକ । ଇତିହାସରେ ତାଙ୍କ ନାମ ଲିପିବଦ୍ଧ ହୋଇରହିବ । ସେ ଜଣେ ଭଲ ଓ୍ୱିକେଟ କିପର୍ । ସେ ଦଳ ପାଇଁ ଅନେକ କିଛି ତ୍ୟାଗ କରିଛନ୍ତି । ଧୋନୀଙ୍କ ଖେଳକୁ ସମସ୍ତେ ମନେ ରଖିବେ । ସେନାରେ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।
ମୋଦୀ ଆହୁରି ଲେଖିଛନ୍ତି ଯେ, ଧୋନୀଙ୍କ ଖେଳୁଆଡ ମନୋଭାବ ସତରେ ବିରଳ । ଏକ ଛୋଟ ସହରରୁ ସେ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛନ୍ତି । ଭାରତ ପାଇଁ ଗର୍ବ ଆଣିଛନ୍ତି । ଏପରିକି ହେୟାର ଷ୍ଟାଇଲରେ ଯାହା ପରିବର୍ତ୍ତନ କରିଥିଲେ ସର୍ବଦା ଥଣ୍ଡା ମିଜାଜରେ ଖେଳିଛନ୍ତି । ଏହାସହ ଧୋନୀ ଅବସର ପରେ ସାକ୍ଷୀ ଓ ଜୀଭାଙ୍କ ସହ ଅଧିକ ସମୟ ବିତାଇବେ ବୋଲି ମୋଦୀ ପତ୍ରରେ ଉଲ୍ଲେଖ କରିଛନ୍ତି ।”
ମହେନ୍ଦ୍ର ସିଂହ ଧୋନୀ ମଧ୍ୟ ମୋଦୀଙ୍କୁ ଟ୍ୱିଟ କରି ଧନ୍ୟବାଦ ଜ୍ଞାପନ କରିଛନ୍ତି । ସେ ଟ୍ୱିଟରେ ଲେଖିଛନ୍ତି, ‘ଜଣେ କଳାକାର, ସୈନିକ ଓ ଖେଳାଳିଙ୍କୁ ପ୍ରଶଂସା କରାଯାଏ । କିନ୍ତୁ ସେମାନଙ୍କର ପରିଶ୍ରମ ଓ ବଳୀଦାନକୁ ସମସ୍ତେ ଚିହ୍ନିବା ଆବଶ୍ୟକ ।’

LEAVE A REPLY

Please enter your comment!
Please enter your name here

- Advertisment -

Most Popular