spot_img

ଲାଲୁ ଯାଦବଙ୍କ ୯ ଜଣ ସୁରକ୍ଷାକର୍ମୀ କରୋନା ପଜିଟିଭ ଚିହ୍ନଟ

ଋାଞ୍ଚି : ରାଷ୍ଟ୍ରୀୟ ଜନତା ଦଳର ଅଧ୍ୟକ୍ଷ ଲାଲୁ ପ୍ରସାଦଙ୍କ ସୁରକ୍ଷାରେ ଥିବା ୯ ଜଣ ଯବାନ କରୋନାରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏ ସମସ୍ତ କର୍ମଚାରୀଙ୍କୁ କାମରୁ ହଟାଇବା ସହ ରାଞ୍ଚିର ଜିଲ୍ଲା ଅଧିକାରୀଙ୍କୁ ରିପୋର୍ଟ ପଠାଇ ଦିଆଯାଇଛି । ଅଗଷ୍ଟ ୫ ତାରିଖରେ ଲାଲୁ ପ୍ରସାଦ ଯାଦବଙ୍କୁ ରାଞ୍ଚି ରିମ୍ସର ଡାଇରେକ୍ଟରଙ୍କ ବଙ୍ଗଳାରେ ସ୍ଥାନାନ୍ତର କରାଯାଇଥିଲା । ଚାରା ଦୁର୍ନୀତି ମାମଲାରେ ଦୋଷୀ ଏବଂ ରିମ୍ସର ପେଇଂ ୱାର୍ଡରେ ଚିକିତ୍ସାଧୀନ ଲାଲୁଙ୍କୁ କରୋନା ସଂକ୍ରମଣରୁ ବଞ୍ଚାଇବା ପାଇଁ ଶିଫ୍ଟ କରାଯାଇଥିଲା । ପ୍ରଥମେ ଲାଲୁ ରିମ୍ସ ପ୍ରାଇଭେଟ୍ ୱାର୍ଡର ପ୍ରଥମ ମହଲାରେ ଥିଲେ । କିନ୍ତୁ କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ଦ୍ୱିତୀୟ ଓ ତୃତୀୟ ମହଲାର ଉପଯୋଗ କରାଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular