spot_img

ହରିଦାସପୁର-ପାରାଦୀପ ନୂଆ ରେଳପଥରୁ ମାଟି ଅତଡା ଧସିଲା

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଳା ଦେଇ ଯାଇଥିବା ହରିଦାସପୁର-ପାରାଦୀପ ନୂଆ ରେଳ ବ୍ରଡଗଜରୁ ମାଟି ଅତଡା ଧସିଛି । ଲଗାଣ ବର୍ଷା ଯୋଗୁଁ ଏପରି ହୋଇଥିବା କୁହାଯାଉଛି । ରେଳପଥରେ ପ୍ରାୟ ୩୦ ଫୁଟ ଲମ୍ବର ମାଟି ଅତଡା ଖସିବା ସହିତ ଟ୍ରାକ୍ଟରୁ ମେଣ୍ଟାଲ ମଧ୍ୟ ଖସିପଡିଛି । ରେଳ ଳାଇନରେ ରେଳ ଚଳାଚଳ ଆରମ୍ଭ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଏଭଳି ଘଟଣା ଘଟିଛି । ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଯାଇଛି ବୋଲି କୁହାଯାଉଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ମାଲଗାଡି ଏବଂ ପରେ ପାସେଞ୍ଜର ଗାଡି ଚଳାଚଳ ହେବ ବୋଲି ଘୋଷଣା ହୋଇଛି । କିନ୍ତୁ ଏହି ବର୍ଷାରେ ରେଳ ଲାଇନରେ ମାଟି ଧସିବା ଘଟଣା ସୁରକ୍ଷା ଆଉ ସ୍ଥାୟିତ୍ୱକୁ ନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular