spot_img

ନୂଆ ନିର୍ବାଚନ କମିଶନର ନିଯୁକ୍ତ ହେଲେ ରାଜୀବ କୁମାର

ନୂଆଦିଲ୍ଲୀ: ଦେଶର ନୂଆ ନିର୍ବାଚନ କମିଶନର ଭାବେ ପୂର୍ବତନ ଆଇଏଏସ୍ ଅଧିକାରୀ ରାଜୀବ କୁମାରଙ୍କୁ ନିଯୁକ୍ତି ଦିଆଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜୀବ କୁମାରଙ୍କୁ ନିଯୁକ୍ତି ଦେଇଛନ୍ତି । ଏନେଇ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନୂଆ ନିଯୁକ୍ତି ପରେ ଅଶୋକ ଲାଭାସାଙ୍କ ସ୍ଥାନ ନେବେ ରାଜୀବ । ରାଜୀବ କୁମାର ସେପ୍ଟେମ୍ବର ମାସ ୧ ତାରିଖରେ କାର୍ଯ୍ୟଭାର ସମ୍ଭାଳିବେ । ରାଜୀବ କୁମାର ୧୯୮୪ ବ୍ୟାଚର ଝାଡଖଣ୍ଡ କୈଡରର ଅବସରପ୍ରାପ୍ତ ଆଇଏଏସ ଅଧିକାରୀ । ସେ ଅର୍ଥ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି । ବୁଧବାର ନିର୍ବାଚନ କମିଶନର ପଦରୁ ଲାଭାସା ଇସ୍ତଫା ଦେଇଥିଲେ । ଲାଭାସାଙ୍କ ଇସ୍ତଫା ଏକ ଏମିତି ସମୟରେ ଆସିଛି ଯେତେବେଳେ ନିର୍ବାଚନ ଆୟୋଗ ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚଲାଇଛନ୍ତି । ୨୦୧୮ ମସିହା ଜାନୁଆରୀ ମାସ ୨୩ ତାରିଖରେ ଲାଭସା ନିର୍ବାଚନ କମିଶନର ହୋଇଥିଲେ ଏବଂ ମୁଖ୍ୟ ନିର୍ବାଚନ ଆୟୁକ୍ତ ହେବାର ତାଲିକାରେ ମଧ୍ୟ ଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular