spot_img

ରାଜଧାନୀ ଦିଲ୍ଲୀରେ ଆଇଏସଆଇଏସ୍ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କାଲି ବିଳମ୍ବିତ ରାତିରେ ଜଣେ ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଗୁଳି ବିନିମୟ ସମୟରେ ଦିଲ୍ଲୀ ପୋଲିସ୍ ଏହି ଆତଙ୍କବାଦୀକୁ ଗିରଫ କରିବା ସହ ସଂପୃକ୍ତ ଅଞ୍ଚଳରୁ ଆଇଡି ବିସ୍ଫୋରକ ଏବଂ କିଛି ଅସ୍ତ୍ରଶସ୍ତ୍ର ଜବତ କରିଛି । ଗିରଫ ଆତଙ୍କବାଦୀ ଜଣକ ଆବୁ ୟୁସୁଫ୍ ବୋଲି ଚିହ୍ନଟ ହୋଇଛି । ଆବୁ ୟୁସୁଫ ଉତ୍ତରପ୍ରଦେଶ ବଳରାମପୁରର ବାସିନ୍ଦା । ପୋଲିସ୍ ଆବୁକୁ ଗିରଫ କରିବା ପରେ ତା ଘରେ ଚଢାଉ କରିବା ସହ ତାର ସହଯୋଗୀମାନଙ୍କୁ ଖୋଜୁଛି । ଆଇଏସଆଇଏସର କିଛି ଆତଙ୍କବାଦୀ ରାଜଧାନୀ ଦିଲ୍ଲୀରେ କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ଟାର୍ଗେଟ କରି ଲୁଚିକି ରହିଥିବା ଦିଲ୍ଲୀ ପୋଲିସ୍ ସୂଚନା ଦେଇଛି ।
ଦିଲ୍ଲୀର ଡେପୁଟି କମିସନର ପ୍ରମୋଦ ସିଂ କୁସୱାହା ଏ ସଂପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି କରୋଲ ବାଗ ଏବଂ ଧୌଲା କୁଆଁ ଅଞ୍ଚଳରେ ଶୁକ୍ରବାର ଗୁଳି ବିନିମୟ ହୋଇଥିଲା । ଧୌଲାକୁଆଁଠାରେ ଆମର ସ୍ୱତନ୍ତ୍ର ସେଲ୍ ଦ୍ୱାରା ହୋଇଥିବା ଗୁଳି ବିନିମୟରେ ଆଇଏସଆଇଏସର ଜଣେ ଆତଙ୍କବାଦୀ ସହ କିଛି ଆଇଇଡି ଜବତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular