ସମ୍ବଲପୁର: ପୁଣି ଖୋଲିଲା ହୀରାକୁଦର ୧୫ଟି ଗେଟ୍ । ଗତକାଲି ୧୩ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିଲା । ଲଗାଣ ବର୍ଷାରେ ଜଳସ୍ତର ବଢିବାରୁ ପୁଣି ୨ଟି ଗେଟ୍ ଖୋଳାଯାଇଛି । ବର୍ତ୍ତମାନ ୧୫ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଜଳଭଣ୍ଡାର ଜଳସ୍ତର ୬୧୯.୧୫ ଫୁଟ ରହିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ଲକ୍ଷ ୮୮ ହଜାର ୨୦୯ କ୍ୟୁସେକ ଜଳ ପ୍ରବେଶ କରୁଛି । ୨ଲକ୍ଷ ୧୯ ହଜାର ୬୪୮ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।



Visitors Today : 3
Total Visitors : 130172
Total Views : 9891619
Visitors Online Now : 0