spot_img

କୋଭିଡ଼ ପାଇଁ ଆଉ ନୂଆ ଟେଣ୍ଡର ଡ଼ାକିବନି ପୂର୍ତ୍ତ ବିଭାବ

ଭୁବନେଶ୍ୱର: ପୂର୍ତ୍ତବିଭାଗ ଆଉ କୌଣସି ପ୍ରକଳ୍ପ ପାଇଁ ନୂଆ ଟେଣ୍ଡର ଡ଼ାକିବନି । କୋଭିଡ-୧୯ ମହାମାରୀ ପାଇଁ ବିଭାଗ ଗତମାସ ୭ ତାରିଖରେ ଜାରି କରିଥିବା ଆର୍ଥିକ କଟକଣାକୁ ଦୃଷ୍ଟିରେ ରଖି ବିଭାଗ ଏପରି ନିଷ୍ପତ୍ତି ନେଇଛି । ଏନେଇ ବିଭାଗୀୟ ଶାସନ ସଚିବ ନିର୍ଦ୍ଦେଶନାମା ଜାରି କରିଛି । ୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ ଆଉ ସରକାରୀ କାର୍ଯ୍ୟାଳୟ କୋଠା, ଅତିଥି ଭବନ, ଓ କ୍ୱାର୍ଟର୍ସ ନର୍ମାଣ ପାଇଁ ଟେଣ୍ଡର ଡ଼କାଯିବନି । କେବଳ ଅତି ଆବଶ୍ୟକ ସ୍ଥଳେ ସର୍ବସାଧାରଣଙ୍କ ସେବା ଉଦ୍ଦେଶ୍ୟରେ  ଉଦେ୍ଦଶ୍ୟରେ ଉଦ୍ଦିଷ୍ଟ ପ୍ରକଳ୍ପ ପାଇଁ ସରକାରଙ୍କ ଠାରୁ ଅନୁମତି ନେଇ ଟେଣ୍ଡର ଆହ୍ୱାନ କରାଯାଇପାରିବ । ଏପରିକି ଜରୁରୀ ନଥିଲେ , ଆଗକୁ ଆହ୍ୱାନ ହୋଇଥିବା ଟେଣ୍ଡରଗୁଡ଼ିକୁ ବାତିଲ କରିବାକୁ ମଧ୍ୟ  ନିର୍ଦ୍ଦେଶ  ଦିଆଯାଇଛି।

ନିର୍ଦ୍ଦେଶନାମା ଅନୁଯାୟୀ, କରୋନା ମହାମାରୀ ଯୋଗୁ ଅର୍ଥନୀତି ପ୍ରଭାବିତ ହୋଇଛି। ଏଥିପାଇଁ ରାଜ୍ୟ ସରକାର ମଧ୍ୟ ଆର୍ଥିକ କଟକଣା ଜାରି କରିଛନ୍ତି। ତଥାପି କେତେକ ଜରୁରୀ ପରିସ୍ଥିତିରେ ସାଧାରଣ ଲୋକଙ୍କ ପାଇଁ ଏହି କଟକଣାକୁ କୋହଳ କରାଯାଇଛି। ଏପରି ସ୍ଥିତିରେ ୫ କୋଟି ଟଙ୍କାରୁ ଅଧିକ ଟଙ୍କାର ଟେଣ୍ଡର ପାଇଁ ଅର୍ଥ ବିଭାଗରୁ ଅନୁମତି ନେବାକୁ ପଡ଼ିବ। ଅନ୍ୟପଟେ ୫ କୋଟିରୁ କମ୍ ଟଙ୍କାର କାମ ପାଇଁ ସରକାରଙ୍କ ମଞ୍ଜୁରୀ ବିନା ଟେଣ୍ଡର ଡକାଯାଇପାରିବ ନାହିଁ।
ଯଦି କୌଣସି ପ୍ରକଳ୍ପ ବାବଦରେ ଟେଣ୍ଡର ଡକା ସରିଛି ତାହେଲେ ସମ୍ପୃକ୍ତ ପ୍ରକଳ୍ପର ସମୀକ୍ଷା କରି ସେଭଳି ଜରୁରୀ ନଥିଲେ ବାତିଲ କରିବା ସହିତ ଓ୍ବାର୍କ ଅର୍ଡ଼ର୍ ଇସ୍ୟୁ କରାଯିବ ନାହିଁ। ସେହିପରି ସରକାରୀ ଆବାସ ଗୃହ, ଅତିଥି ଭବନ ଆଦି ନିର୍ମାଣ ପାଇଁ ଆହ୍ବାନ ହୋଇଥିବା ଟେଣ୍ଡରକୁ ମଧ୍ୟ ଆସନ୍ତା ୨ ବର୍ଷ ପାଇଁ ବାତିଲ କରାଯାଇଛି। କେବଳ ଆରଆଇଡିଏଫ୍, ଇଏପି ସମେତ ଅନ୍ୟ ଅଂଶଧନ ପାଣ୍ଠି ଓ ଯୋଜନାରେ ଚାଲୁ ରହିଥିବା ପ୍ରକଳ୍ପ କାମଗୁଡ଼ିକ ଜାରି ରହିବ। ଏହି ସବୁ ପ୍ରକଳ୍ପ କାମ ଯେପରି ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ ହେବ ସେଥିପାଇଁ ଦୃଷ୍ଟି ଦିଆଯିବ। ଏହାସହିତ ଦୀର୍ଘ ମିଆଦି ପ୍ରକଳ୍ପ କାମକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

ବିଭାଗର ଏହି ନିଷ୍ପତ୍ତିକୁ କାର୍ୟ୍ୟକାରୀ କରିବା ପାଇଁ ସର୍ବୋଚ୍ଚ ଯନ୍ତ୍ରୀ(ସିଭିଲ)ଙ୍କ ଅଧ୍ୟକ୍ଷତାରେ ଗୋଟିଏ କମିଟି ଗଠନ କରାଯାଇଛି। ଯେଉଁଥିରେ ରାଜ୍ୟ ଡିପିଆଇ ଆଣ୍ଡ୍ ରୋଡ୍ସ୍ ମୁଖ୍ୟ ଯନ୍ତ୍ରୀ, ବିଶ୍ବ ବ୍ୟାଙ୍କ୍ ପ୍ରକଳ୍ପ ମୁଖ୍ୟ ଯନ୍ତ୍ରୀ, ମୁଖ୍ୟ ଯନ୍ତ୍ରୀ (କୋଠାବାଡ଼ି) ସଦସ୍ୟ ଅଛନ୍ତି। ଏହି କମିଟି ରାଜ୍ୟ ଯୋଜନା ଓ ଅଣଯୋଜନା ପାଣ୍ଠି ବିନିଯୋଗରେ ସର୍ବସାଧାରଣଙ୍କ ଆବଶ୍ୟକତା ଦୃଷ୍ଟିରୁ ସମୀକ୍ଷା କରି ୧ କୋଟି ଟଙ୍କାର ଅଧିକ ମୂଲ୍ୟର କାମ ପାଇଁ ଟେଣ୍ଡର ଆହ୍ବାନ କରିବାକୁ ପୂର୍ତ୍ତ ବିଭାଗକୁ ସୁପାରିସ କରିବ। ଏହାସହିତ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଆଧାରରେ ପ୍ରତ୍ୟେକ ପ୍ରକଳ୍ପର ସମୀକ୍ଷା କରି ବିଭାଗକୁ ରିପୋର୍ଟ କରିବାକୁ କମିଟିକୁ ଦାୟିତ୍ବ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular