ପାରାଦୀପ: ପାରାଦୀପରେ ପୁରୀ ଜିଲ୍ଳାରେ କାର୍ଯ୍ୟରତ ଜଣେ ପୋଲିସ ଇନ୍ସପେକ୍ଟରଙ୍କ ଦାଦାଗିରି । ପାରାଦୀପ ଲକ୍ ଥାନା ଅଧୀନ ଇଫକୋ ଛକ ନିକଟରେ ଥିବା ଏକ ଗେଷ୍ଟ ହାଉସରେ ଇନ୍ସପେକ୍ଟର ଜଣକ ନିଜ ସାଯୋଗୀମାନଙ୍କ ସହ ଆସି ରୁମ୍ ଦେବାକୁ ଧମକ ଦେବା ସହ ପାଟିତୁଣ୍ଡ କରିଥିବାର ଅଭିଯୋଗ ଆସିଛି । ଗେଷ୍ଟ ହାଉସରେ ରୁମ୍ ନାହିଁ ବୋଲି କର୍ମଚାରୀ ଜଣକ ଯେତେ କହିଥିଲେ ମଧ୍ୟ ପୋଲିସ ବାବୁ ଶୁଣି ନଥିଲେ । ଓଲଟା ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଳଜ କରିବା ସହ ମାଡ ମାରିବାକୁ ଧମକ ଦେଇଥିଲେ । ହୋଟେଲ ମାଲିକଙ୍କ କହିବା ଅନୁସାରେ, ଗତକାଲି ରାତି ପ୍ରାୟ ୩ଟା ୩୦ ରେ ଚାରି ଜଣ ଯୁବକ ଏକ କାର ଯୋଗ ହୋଟେଲରେ ପହଞ୍ଚି ରୁମ୍ରେ ରହିବା ପାଇଁ କହିଥିଲେ । ସୋମନଙ୍କ ମଧ୍ୟରୁ ଜଣେ ପୁରୀ ଜିଲ୍ଳା ପୋଲିସ ଇନ୍ସପେକ୍ଟର ବୋଲି ନିଜକୁ ପରିଚୟ ଦେଇଥିଲେ । ଗେଷ୍ଟ ହାଉସରେ ରୁମ୍ ନ ଥିବାରୁ କର୍ମଚାରୀ ଜଣକ ରୁମ୍ ଦେବାକୁ ରାଜି ହୋଇନଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ପୋଲିସ ବାକୁ ଜଣକ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ କାରରେ ଥିବା ପାଇପ୍ ଆଣି ପିଟିବାକୁ ଧମକ ଦେଇଥିଲେ । ଆଜି ସକାଳୁ ଉକ୍ତ ହୋଟେଲ ମାଲିକ ପାରାଦୀପ ଲକ୍ ଥାନାରେ ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବା ଜଣାପଡିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0