ଭଦ୍ରକ: ଭଦ୍ରକ ସାଂସଦ କରୋନା ସଂକ୍ରମିତ ଚିହ୍ନଟ । ସାଂସଦ ମଞ୍ଜୁଲତା ମଣ୍ଡଳ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କରୋନାର ପାରମ୍ଭିକ ଲକ୍ଷଣ ଦେଖାଯିବା ପରେ ସେ କରୋନା ପରୀକ୍ଷା କରାଇଥିଲେ । ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ତେବେ ତାଙ୍କ ସ୍ୱାସ୍ଥ୍ୟ ଭଲ ଏବଂ ସ୍ଥିର ରହିଛି । ସେ ହୋମ କ୍ୱରାଣ୍ଟାଇନରେ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ।
କରୋନାର ପ୍ରାରମ୍ଭିକ ଲକ୍ଷଣ ପାଇବା ପରେ,ମୁଁ ନିଜର ପରୀକ୍ଷା କରାଇଲି ଏବଂ ରିପୋର୍ଟ ପଜିଟିଭ୍ ଆସିଲା।ମୋ ସ୍ୱାସ୍ଥ୍ୟ ଭଲ ଏବଂ ସ୍ଥିର ଅଛି ଏବଂ ହୋମ୍ କ୍ୱାରାଣ୍ଟାଇନରେ ଅଛି।ମୁଁ ଅନୁରୋଧ କରୁଛି,ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହିତ ଯୋଗାଯୋଗ ଏବଂ ସଂସ୍ପର୍ଶରେ ଆସିଛନ୍ତି,ଦୟାକରି ନିଜକୁ ଅଲଗା ରଖନ୍ତୁ ଓ ନିଜର ପରୀକ୍ଷା କରାଇ ନିୟନ୍ତୁ।
— Manjulata Mandal (@manjulatamandal) August 22, 2020
ଯେଉଁମାନେ ଗତ କିଛି ଦିନ ମଧ୍ୟରେ ତାଙ୍କ ସହିତ ଯୋଗାଯୋଗ ଏବଂ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜକୁ ଆଇସୋଲେସନରେ ରଖନ୍ତୁ ଓ ନିଜର ପରୀକ୍ଷା କରାଇ ନିଅନ୍ତୁ ବୋଲି ସାଂସଦ ମଞ୍ଜୁଲତା ମଣ୍ଡଳ ଅନୁରୋଧ କରିଛନ୍ତି ।



Visitors Today : 0
Total Visitors : 130430
Total Views : 9891961
Visitors Online Now : 0