କୋରୋନା ଭାଇରସ ସଙ୍କଟ ମଧ୍ୟରେ ସମଗ୍ର ବିଶ୍ୱରେ ଘାରିଛି ବେକାରୀ ସଂକଟ ।ଆର୍ଥିକ ଗତିବିଧି,ଧିମା,କାରାବାର ଠପ ମଧ୍ୟରେ କୋଟି କୋଟି ଲୋକ ହରାଉଛନ୍ତି ଜୀବିକା ।ବିଶ୍ୱର ସବୁଠୁ ଶକ୍ତିଶାଳୀ ଅଭିବୃଦ୍ଧିଶୀଳ ରାଷ୍ଟ୍ର ଆମେରିକା ମଧ୍ୟ ଏହି ସଂକଟରୁ ବାଦ ପଡିନି । କୋଭିଡ-୧୯କୁ ନିୟନ୍ତ୍ରଣ କରିପାରୁନଥିବା ଟ୍ରମ୍ଫ ପ୍ରଶାସନ ପାଇଁ ରୋଜଗାର ସମସ୍ୟା ଏକ ବଡ ଚ୍ୟାଲେଂଜ ସୃଷ୍ଟି କରିପାରେ । ନଭେମ୍ବର ନିର୍ବାଚନରେ ବିରୋଧୀ ନେତା ଏହାକୁ ଅସ୍ତ୍ର କରିପାରନ୍ତି ।ଏଥିମଧ୍ୟରେ ଆମେରିକା କଂଗ୍ରେସ ଏକ ଆର୍ଥିକ ରିଲିଫ ବିଧେୟକ ଉପରେ ଯୁକ୍ତି ବାଢିଛି । ଆମେରିକା ଶ୍ରମ ବିଭାଗର ସଦ୍ୟ ରିପୋର୍ଟରେ ଦର୍ଶାଯାଇଛି କି କରୋନା ମହାମାରୀ ଲକ୍ଷାଧିକ ଲୋକଙ୍କର ବେକାରୀ କରିଛି । ଅଗଷ୍ଟ ୧୫କୁ ସମାପ୍ର ହେଉଥିବା ସପ୍ରାହରେ ୧୧ଲକ୍ଷ ଲୋକ ବେକାରୀ ଭତ୍ତା ପାଇଁ ଆବେଦନ କରିଛନ୍ତି । ଏହି ସଂଖ୍ୟାରେ ପୁର୍ବ ସପ୍ତାହ ତୁଳନାରେ ୧ ଲକ୍ଷ ୩୫ ହଜାର ନୁଆ ଲୋକଙ୍କ ସହ ଯୋଡି ହୋଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0