ଅନୁଗୁଳ : ରେଙ୍ଗାଳି ଡ୍ୟାମ୍ରୁ ଛଡାଯିବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ଲଗାତର କିଛି ଦିନ ହେଲା ବର୍ଷା ଲାଗିରହିଛି । ଯାହାଫଳରେ କି ଡ୍ୟାମ୍ର ଜଳସ୍ତର ବୃଦ୍ଧି ପାଇଛି । ତେଣୁ ଚଳିତବର୍ଷର ପ୍ରଥମ ବନ୍ୟା ଜଳ ଡ୍ୟାମ୍ରୁ ଛଡାଯିବା ନେଇ ସୂଚନା ଦେଇଛନ୍ତି ଡ୍ୟାମ୍ର ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ।
ରେଙ୍ଗାଳି ଡ୍ୟାମ୍ର ବର୍ତ୍ତମାନ ଜଳସ୍ତର ୧୨୧.୩୯ମିଟର ରହିଛି । ଡ୍ୟାମ୍ର ଜଳଧାରଣ ସ୍ତର ୧୨୩.୫୦ମିଟର ରହିଥିବା ବେଳେ ସର୍ବୋଚ୍ଚ ଜଳଧାରଣ ସ୍ତର ୧୨୫.୪୦ ମିଟର ପର୍ୟ୍ୟନ୍ତ ରହିଛି । ତେବେ ଏସବୁ ଭିତରରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୩୪୧୨ଘନ ମିଟର ଜଳ ପ୍ରବେଶ କରୁଛି । ସେହିପରି ପାଓ୍ୱାର ହାଉସ ଦ୍ୱାରା ପ୍ରତି ସେକେଣ୍ଡକୁ ୬୭୭ଘନ ମିଟର ଜଳ ନିଷ୍କାସିତ ହେଉଛି । ତେବେ ଲଗାଣ ବର୍ଷା ଲାଗିରହିଥିବାରୁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି । ଜଳଭଣ୍ଡାରର ଜଳସ୍ତର କ୍ଷମତାକୁ ରେଖି ଆଜି ରାତି ୯ଟା ସମୟରେ ପ୍ରଥମ ବନ୍ୟାଜଳ ଛଡାଯିବ । ରେଙ୍ଗାଳି ଡ୍ୟାମ୍ର ୭ନମ୍ବର ଗେଟ୍ ଖୋଲାଯିବ । ଗେଟ୍ ଖୋଲିବା ଦ୍ୱାରା ଅତିରିକ୍ତ ୧୨୫୦ଘନ ମିଟର ଜଳ ପ୍ରତି ସେକେଣ୍ଡରେ ନିଷ୍କାସିତ ହେବ । ତେଣୁ ତଳ ମୁଣ୍ଡରେ ବସବାସ କରୁଥିବା ଲୋକଙ୍କ ସତର୍କ ରହିବାକୁ ନିବେଦନ କରିଛନ୍ତି ଡ୍ୟାମ୍ର ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0