spot_img

ସୁଶାନ୍ତଙ୍କ ଆତ୍ମାର ଶାନ୍ତି ପାଇଁ ପାଟନା ସ୍ଥିତ ବାସଭବନରେ ହେଲା ପାର୍ଥନା ସଭା, ଭାଇରାଲ ହେଉଛି ଭିଡ଼ିଓ

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ବଲିଉଡ୍ ଇଣ୍ଡଷ୍ଟ୍ରିରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି । ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ଶୁଣିବା ପରେ ବଲିଉଡ ଇଣ୍ଡଷ୍ଟ୍ରି ହେଉ କି ପରିବାରରେ ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି । ସବୁବେଳେ ହସ-ହସ ମୁହଁରେ ନଜର ଆସୁଥିବା ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ମଧ୍ୟ ବିଭିନ୍ନ ଅଭିଯୋଗ ହୋଇଛି । ଏନେଇ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ପାଟନା ସ୍ଥିତ ବାସଭବନରେ ସୁଶାନ୍ତଙ୍କ ଆତ୍ମାର ଶାନ୍ତି ପାଇଁ ପାର୍ଥନା ସଭା ରଖାଯାଇଛି, ଯାହାର ଫଟୋ ବର୍ତ୍ତମାନ ସାମ୍ନାକୁ ଆସିଛି ।

sushant-singhସୂଚନା ମୁତାବକ ସୁଶାନ୍ତଙ୍କ ପରିବାର ବିହାରର ପାଟନାରେ ରହୁଛନ୍ତି । ମୁମ୍ବାଇରେ ତାଙ୍କର ଅନ୍ତିମ ସଂସ୍କାର ପରେ ଆତ୍ମାକୁ ଶାନ୍ତି ଦେବା ପାଇଁ ପାର୍ଥନା ସଭା ରଖାଯାଇଥିଲା । ଏସବୁ ମଧ୍ୟରେ ଯେଉଁ ଫଟୋ ସାମ୍ନାକୁ ଆସିଛି ତାହା ସମସ୍ତଙ୍କୁ ଖୁବ୍ ଦୁଃଖିତ କରିଛି । ଏହାକୁ ନେଇ ତାଙ୍କର ଫ୍ୟାନ୍ସ ଏବଂ ସାଙ୍ଗ-ସାଥୀମାନେ ମଧ୍ୟଳ ଅନେକ ଦୁଃଖ ପ୍ରକାଶ କରିବା ସହ ସୁଶାନ୍ତଙ୍କ ଆତ୍ମାର ଶାନ୍ତି ପାଇଁ ପାର୍ଥନା କରିଛନ୍ତି ।

ସୂଚନା ମୁତାବକ ଏହି ପାର୍ଥନା ସଭାରେ ସୁଶାନ୍ତଙ୍‌କୁ ଜାଣିଥିବା କିଛି ଲୋକ ପହଞ୍ଚିଥିଲେ । ସମସ୍ତେ ତାଙ୍କ ପରିବାରକୁ ଧର୍ଯ୍ୟ ରଖିବା ନେଇ ମଧ୍ୟ ସାନ୍ତନା ଦେଇଥିଲେ । ଏନେଇ ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବାରେ ଲାଗିଛି । ମାନବ ମଂଗଲାନୀଙ୍କ ଦ୍ୱାରା ସେୟାର କରାଯାଇଥିବା ଏହି ଫଟୋରେ ଫ୍ୟାନ୍ସମାନେ କମେଣ୍ଟ କରିବା ସହ ଦୁଃଖ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular