spot_img

ଜାଣନ୍ତୁ ଫେସ ମାସ୍କ ପିନ୍ଧି ନିଶ୍ୱାସ ନେବାର ସଠିକ ଉପାୟ

ମହାମାରୀ ସମୟରେ ମାସ୍କର ବ୍ୟବହାର ଅଧିକ ଗୁରୁତ୍ୱ ହୋଇଥାଏ । ଅଧିକ ସମୟ ମାସ୍କର ବ୍ୟବହାର କରିବାଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ନେବାରେ ବାଧା ସୃଷ୍ଟି ହୋଇଥାଏ । ମାସ୍କ ପିନ୍ଧିବା ସମୟରେ ଠିକଭାବେ ନିଶ୍ୱାସ ନେବା ମଧ୍ୟ ଜରୁରୀ । ମାସ୍କ ପିନ୍ଧିବା ଦ୍ୱାରା ଲୋକମାନଙ୍କୁ ସଠିକ୍ ପରିମାଣରେ ଅମ୍ଳଜାନ ମିଳିପାରୁଛିକି ନାହିଁ ସେ ନେଇ ଗବେଷକମାନେ ଆଲୋଚନା କରିଛନ୍ତି । ଏଥିପାଇଁ ଗବେଷକମାନେ ଅକ୍ସିମିଟର ସାହାଯ୍ୟରେ ରକ୍ତରେ ଥିବା ଅକ୍ସିଜେନର ପରିମାଣ ମାପିଥାନ୍ତି ।

ପାଟିଦ୍ୱାରା ନିଶ୍ୱାସ ନନେଇ ନାକରେ ନେବା ଦରକାର

ଜୋରରେ ନିଶ୍ୱାସ ନେବା ଦ୍ୱାରା ଶରୀରରେ ଥିବା ଶୀରା ପ୍ରସୀରା ଗୁଡିକ ଠିକ ଭାବେ କାମ କରିଥାଏ । ଯାହାଦ୍ୱାରା ମଣିଷ ଶାନ୍ତ ରହିଥାଏ । କିଛି ଲୋକ ଅଧିକ ଚିନ୍ତାରେ ଥିବା ବେଳେ କିମ୍ବା ନାକ ବନ୍ଦ ଥିଲେ ପାଟିଦ୍ୱାରା ନିଶ୍ୱାସ ନେଇଥାନ୍ତି । ଆପଣ ମାସ୍କ ପିନ୍ଧିଥିବା ସମୟରେ ନାକ ଦ୍ୱାରା ନିଶ୍ୱାସ ନେଇ ପାଟି ଦ୍ୱାରା ଛାଡ଼ି ପାରିବେ ।

ନିଶ୍ୱାସ ପ୍ରଶ୍ୱାସ ଦ୍ୱାରା ମାସଂପେଶୀ ମଜବୁତ ହୋଇଥାଏ

ରେସ୍ପିରେଟରି ଥେରାପିଷ୍ଟିମାନେ କୁହନ୍ତି ଯୋଗ କରିବା ସମୟରେ ସଠିକ ଭାବେ ନିଶ୍ୱାସ ପ୍ରଶ୍ୱାସ ନେବା ଜରୁରୀ ହୋଇଥାଏ । ସକାଳ ହେଉ କି ରାତି ପ୍ରତିଦିନ ୫ ମିନିଟ୍ ରେସ୍ପିରେଟରି ମସଲ୍ ଟ୍ରେନିଙ୍ଗ ନେବା ଦ୍ୱରା ନିଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟା ଦୂର ହୋଇଥାଏ ।

ଗୋଟିଏ ଦିନରେ ୨୫ ହଜାର ଥର ନିଶ୍ୱାସ ପ୍ରଶ୍ୱାସ

ପାଟିଦ୍ୱାରା ନିଶ୍ୱାସ ନନେଇ ନାକରେ ନେବା ଦରକାର । ନାକରେ ଲାଗିଥିବା ଫିଲଟର ବାୟୁରେ ଥିବା ଦୂଷିତ ଧୂଳିକଣାଠୁ ଦୂରେଇ ରଖେ । ଯାହାଦ୍ୱାରା ବ୍ଲଡ଼ପ୍ରେସର, ଅକ୍ସିଜେନ୍ ର ମାତ୍ରା ନିୟନ୍ତ୍ରିତ ରହିଥାଏ ।

ପାଟି ତଳେ ମାସ୍କ ରଖିବା

ଅଧିକାଶଂ ଲୋକ ମାସ୍କକୁ ପାଟି ତଳେ ରଖିଥାନ୍ତି । ଯାହାଦ୍ୱାରା ପାଟି ଏବଂ ମୁହଁ ଖୋଲା ରହିଥାଏ । ଯଦି ନିଜ ଆଖପାଖରେ ଲୋକ ଦେଖନ୍ତି ତେବେ ପିନ୍ଧିପକାନ୍ତି । ଯାହା ଶରୀର ପାଇଁ ବିଲକୁଲ ଭଲ ନୁହଁ । ଏଥିପାଇଁ ଆପଣ ସର୍ବଦା ଅସଚେତନା ରହିବା ନିହାତି ଆବଶ୍ୟକ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular