spot_img

ଖୁବ୍ ଶିଘ୍ର ବଜାରରେ ଉପଲବ୍ଧ ହେବ କରୋନା ଟିକା

ଭାରତରେ ପ୍ରଥମ କରୋନା ଟିକା ‘କୋଭିଶିଲ୍ଡ’ ୭୩ ଦିନ ମଧ୍ୟରେ ବଜାରରରେ ଉପଲବ୍ଧ ହେବ । ପୁଣେ ଭିତ୍ତିକ ବାୟୋଟେକ କମ୍ପାନି ସେରମ୍ ଇନଷ୍ଟିଚ୍ୟୁଟ ଦ୍ୱାରା କୋଭିଶିଲ୍ଡ ବିକଶିତ ହେଉଛି । ଜାତୀୟ ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ ଭାରତ ସରକାର ଭାରତୀୟମାନଙ୍କୁ ମାଗଣା କରୋନା ଟିକା ପ୍ରଦାନ କରିବେ ବୋଲି ଜଣା ପଡିଛି । ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ଅଧିକାରୀ ମାନେ କହିଛନ୍ତି ଯେ, ଭାରତ ସରକାର ଆମକୁ ଏକ ସ୍ୱତନ୍ତ୍ର ନିର୍ମାଣ ପ୍ରାଥମିକତା ଲାଇସେନ୍ସ ଦେଇଛନ୍ତି । ଏହା ଅଧିନରେ ଆମେ ଟ୍ରାଏଲ ପ୍ରୋଟୋକଲ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛୁ । ଯାହା ଦ୍ୱାରା ୫୮ ଦିନ ମଧ୍ୟରେ ପରୀକ୍ଷା ସମାପ୍ତ ହେବ । ଏହାପୂର୍ବରୁ ଏହି ଟିକା ପରୀକ୍ଷା ଶେଷ କରିବାକୁ ୭ରୁ ୮ ମାସ ସମୟ ଲାଗିବ ବୋଲି କୁହାଯାଇଥିଲା । କିନ୍ତୁ ବର୍ତ୍ତମାନ ଶନିବାର ଠାରୁ ଏହି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ୧୭ଟି କେନ୍ଦ୍ରରେ ୧୬୦୦ ଲୋକଙ୍କ ମଧ୍ୟରେ କୋଭିଶିଲ୍ଡ ଟିକା ପରୀକ୍ଷା ଅଗଷ୍ଟ ୨୨ ରୁ ଆରମ୍ଭ ହୋଇଛି । ଏହି ପ୍ରକ୍ରିୟାରେ ପ୍ରତ୍ୟେକ କେନ୍ଦ୍ରରେ ପ୍ରାୟ ୧୦୦ଲୋକଙ୍କ ଉପରେ କରୋନା ଟିକା ପରୀକ୍ଷା କରାଯାଉଛି । ସେରମ୍ ଇନଷ୍ଟିଚ୍ୟୁଟ ଆଷ୍ଟ୍ରା ଜେନେକା ନାମକ ଏକ କମ୍ପାନୀରୁ ଏହି ଟିକା ପ୍ରସ୍ତୁତ ହେଉଥିବାରୁ ସେରମ୍ ଇନଷ୍ଟିଚ୍ୟୁଟ ଆଷ୍ଟ୍ରା ଜେନେକାକୁ ରୟାଲିଟି ପ୍ରଦାନ କରିବ । ଏହାର ପ୍ରତିବଦଳରେ ସେରମ୍ ଇନଷ୍ଟିଚ୍ୟୁଟ ଏହି ଟିକାକୁ ଭାରତ ଏବଂ ବିଶ୍ୱର ୯୨ ଟି ଦେଶରେ ବିକ୍ରି କରିବ । ଅନ୍ୟପକ୍ଷରେ କେନ୍ଦ୍ର ସରକାର କହିଛନ୍ତି ଯେ, ସିଧାସଳଖ ସେରମ୍ ଇନଷ୍ଟିଚ୍ୟୁଟରୁ କୋଭିଶିଲ୍ଡ ଟିକା କିଣାଯିବ ଏବଂ ଭାରତୀମାନଙ୍କୁ କରୋନା ଟିକା ମାଗଣାରେ ଦିଆଯିବ । ଜୁନ୍ ୨୦୨୨ ସୁଦ୍ଧା ଭାରତ ସରକାର ସେରମ୍ ଇନଷ୍ଟିଚ୍ୟୁଟରୁ ୬୮ କୋଟି ଟିକା କିଣିବେ । ଜାତୀୟ ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ ଭାରତ ସରକାର ମାଗଣା ଟିକା ପ୍ରଦାନ କରିବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular