ଭୁବନେଶ୍ୱର: ୨୪ ଘଣ୍ଟାରେ ରାଜ୍ୟରେ ୬୮ ହଜାର ୯୦୬ କରୋନା ନମୁନା ପରୀକ୍ଷା ହୋଇଛି । ଆରଟିପିସିଆର, ଆଣ୍ଟିଜେନ ,ଟ୍ରୁନଟ ମାଧ୍ୟମରେ କରୋନା ପରୀକ୍ଷା କରାଯାଇଛି । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ଏଥିମଧ୍ୟରୁ ୬୧,୧୬୬ ଜଣଙ୍କର ଆଣ୍ଟିଜେନ ଟେଷ୍ଟ ହୋଇଛି । ୭ ହଜାର ୫୮୫ଟି ଆରଟିପିସିଆର୍ ଓ ୧୫୫ଟି ଟ୍ରୁନଟ୍ ଟେଷ୍ଟ ପରୀକ୍ଷା ହୋଇଛି । ଗଞ୍ଜାମରେ ସର୍ବାଧିକ ୮୬୫୯, ମୟୂରଭଞ୍ଜରେ ୮୫୯୬ ଓ କେନ୍ଦ୍ରାପଡ଼ାରେ ୭୭୫୨ ଟେଷ୍ଟ ହୋଇଛି। ଉଲ୍ଲେଖଯୋଗ୍ୟ, ଗତକାଲି ୬୧, ୩୭୯ କରୋନା ନମୁନା ପରୀକ୍ଷା ହୋଇଥିଲା। ଏଥିରେ ଆରଟିପିସିଆରରେ ୭,୦୫୪, ଆଣ୍ଟିଜେନରେ ୫୪,୨୪୩ ଏବଂ ଟ୍ରୁନଟରେ ୮୨ଟି କରୋନା ପରୀକ୍ଷା କରାଯାଇଥିଲା।
ସୂଚନାଯୋଗ୍ୟ, କରୋନା ନମୁନା ପରୀକ୍ଷା କ୍ଷେତ୍ରରେ ଓଡ଼ିଶା ସଫଳତା ହାସଲ କରିଛି। ରାଜ୍ୟରେ ନମୁନା ପରୀକ୍ଷା ସଂଖ୍ୟା ଇତିମଧ୍ୟରେ ୧୧ଲକ୍ଷ ଟପିଯାଇଛି। ଲଗାତାର କିଛି ଦିନ ଧରି ରାଜ୍ୟରେ ୫୦ ହଜାରରୁ ଅଧିକ ନମୁନା ପରୀକ୍ଷା ହେବା ଫଳରେ ଏହା ସମ୍ଭବପର ହୋଇଛି।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0