ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗଇ ଆସାମରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାକୁ ଯାଉଛନ୍ତି । ଭାରତୀୟ ଜନତା ପାର୍ଟି ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗେଇ କହିଛନ୍ତି ଯେ, ଆସନ୍ତା ବର୍ଷର ବିଧାନସଭା ନିର୍ବାଚନରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗଇଙ୍କୁ ବିଜେପି ପ୍ରାର୍ଥୀ କରିପରେ । ସେପଟେ ଏସବୁ ହେଉଛି ରାଜନୀତି । ଅଯୋଧ୍ୟା ରାୟ ଯୋଗୁଁ ବିଜେପି ତାଙ୍କ ଉପରେ ଖୁସି ଥିଲା । ଏହା ପରେ ସେ ପ୍ରଥମେ ରାଜ୍ୟସଭର ସଦସ୍ୟତାକୁ ପର୍ଯାୟକ୍ରମେ ଗ୍ରହଣ କରି ରାଜନୀତିରେ ପ୍ରବେଶ କରିଥିଲେô । ତଙ୍କର ରାଜନୈତିକ ଅଭିଳାଷ ରହିଛି । ସେଥିପାଇଁ ସେ ପୂର୍ବରୁ ରାଜ୍ୟସଭାର ସଦସ୍ୟଦା ଗ୍ରହଣ କରିଥିଲେ ବୋଲି ତରୁଣ ଗୋଗେଇ କହିଛନ୍ତି ।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0