ରାଜ୍ୟରେ ପୁଣି ୨ ଜଣଙ୍କ ଜୀବନ ନେଲା କରୋନା ଭାଇରସ୍। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ମୃତକଙ୍କ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଦୁଇ ମୃତକ କଟକ ଜିଲ୍ଲାର ବୋଲି ଜଣାପଡିଛି । କଟକ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ମୃତକଙ୍କ ଭିତରେ ଜଣେ ୭୧ ବର୍ଷିୟ ବୃଦ୍ଧ ଅଛନ୍ତି। ଯିଏକ ପୂର୍ବରୁ ଡାଇବେଟିସ୍ ଓ କିଡନୀ ରୋଗରେ ପୀଡିତ ଥିଲେ । ଏହାସହ ଅନ୍ୟଜଣେ ୫୩ ବର୍ଷିୟ ବ୍ୟକ୍ତି ଅଛନ୍ତି । ଯିଏକି ଡାଇବେଟିସ୍ ରୋଗରେ ପୀଡିତ ଥିଲେ। ତେବେ ଉଭୟ ମୃତକ କଟକର।
ତେବେ ଏଠାରେ ଆଉ ଜଣେ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କର ମୃତ୍ୟୁ ପଛରେ ଅଲଗା କାରଣ ଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।ଆଜି ରାଜ୍ୟରେ ଆଉ ୧୬୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪୭୦ ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ୧୮ଟି ଜିଲ୍ଲାରୁ ଏହି ୧୬୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0