କଂଗ୍ରେସ ଭବନରେ ଆଜି ନୂତନ ଯୁବ ସଭାପତିଙ୍କୁ ବିରୋଧ କରି ଘଟିଛି ତୁମୁଳ କାଣ୍ଡ। ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି।ଯୁବ କଂଗ୍ରେସର ନୂଆ ସଭାପତି ସୃତି ରଞ୍ଜନ ଲେଙ୍କାଙ୍କ ସମର୍ଥକ ଏବଂ ବିରୋଧୀ ଯୁବ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ବିରୋଧ ଏତେ ଜୋର ହେଲା ଯେ ଶେଷରେ କଂଗ୍ରେସ ଭବନରେ ଖଣ୍ଡା ତଲୱାର ବୁଲିଲା ।ଏହି ଘଟଣା ପରେ ପି ସି ସି ସଭାପତି ନିରଞ୍ଜନ ପଟ୍ଟନାୟକ ରଖିଛନ୍ତି ପ୍ରତିକ୍ରିୟା। ସେ କହିଛନ୍ତି କଂଗ୍ରେସ ଭବନରେ ଯାହା ହୋଇଛି ଦୁର୍ଭାଗ୍ୟଜନକ। ଯେଉଁ ମାନେ କରିଛନ୍ତି ତଦନ୍ତ କରି ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବ । ଏ ନେଇ ଆଇ ସି ସି କୁ ଅବଗତ କରିବି। କଂଗ୍ରେସ ଭବନ ପରିସରରେ ପୋଲିସ ପହଞ୍ଚି ଉଭୟ ଗୋଷ୍ଠୀର ଯୁବ କର୍ମୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା । ଉତ୍ତ୍ୟକ୍ତକର୍ମୀଙ୍କୁ ଅଟକାଇବାକୁ ପୋଲିସ ଲାଠିଚାର୍ଜ କରିଥିବା ଜଣାପଡିଛି । ଦୁଇ ଗୋଷ୍ଠୀ ମୁହାଁମୁହିଁ ବେଳେ କିଛି କର୍ମୀ ଆହତ ହୋଇଥିଲେ । ଶେଷରେ ବିରୋଧୀ ଗୋଷ୍ଠୀ ଛାତ୍ରଭଙ୍ଗ ଦେବା ପରେ ଯୁବ କଂଗ୍ରେସର ନୂଆ ସଭାପତି ଦାୟିତ୍ୱ ନେଇଥିଲେ ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0