spot_img

ବିଷ ପିଇ ଗୋଟିଏ ପରିବାରରୁ ୩ ମୃତ

ବରଗଡ: ବରଗଡ ଜିଲ୍ଳା ବିଜେପୁର ଥାନା ଅନ୍ତର୍ଗତ ବେନିଆଚାଲ ଗାଁରେ ଘଟିଛି ଅଭାବନୀୟ ଘଟଣା । ଗୋଟିଏ ପରିବାରର ୩ଜଣଙ୍କର ପ୍ରାଣ ଯାଇଛି । ନିଜ ଝିଅ ଓ ସ୍ତ୍ରୀକୁ ବିଷ ଦେଇ ନିଜେ ବିଷ ପିଇ ଆତ୍ମହତ୍ୟା କରିଛି ବାପା । ବିଜେପୁର ବ୍ଲକ ଅନ୍ତର୍ଗତ ବେନିଆଚାଲ ଗାଁର ରଥ ମହାନନ୍ଦ ତାଙ୍କ ଝିଅ ଓ ସ୍ତ୍ରୀକୁ ବିଷ ଦେଇ ନିଜେ ବିଷ ପିଇଦେଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ ଡାକ୍ତରଖାନାକୁ ଅଣାଯାଇଥିଲା କିନ୍ତୁ ଡାକ୍ତରଖାନାରେ ସୋମାନଙ୍କର ମୃତ୍ୟୁ ହୋଇଛି । ଘରୋଇ କଳହ ଯୋଗୁଁ ଏପରି ହୋଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular