spot_img

ଲଦାଖର ପ୍ରଧାନ ଶିକ୍ଷକଙ୍କୁ ମିଳିବ ଜାତୀୟ ପୁରସ୍କାର ୨୦୨୦..

ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଲଦାଖର ଜଣେ ଶିକ୍ଷକ ଜାତୀୟ ପୁରସ୍କାର ୨୦୨୦ ପାଇଁ ମନୋନୀତ ହୋଇଛନ୍ତି । ଲେହର ଖାଁରୁ ବ୍ଲକ୍ ଅନ୍ତର୍ଗତ ମିଡିଲ ସ୍କୁଲ ଟକନକ ସକ୍ତିର ପ୍ରଧାନ ଶିକ୍ଷକ ସୋନମ ଗ୍ୟାଲସ୍ତାନଙ୍କୁ ସମ୍ମାନଜନକ ଜାତୀୟ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଶିକ୍ଷକତା ପାଇଁ ଏ ବର୍ଷ ସାରାଦେଶର ୪୭ଜଣ ଶିକ୍ଷକ ପୁରସ୍କୃତ ହେବେ । ଶିକ୍ଷା ମନ୍ତ୍ରାଳୟ,ସ୍କୁଲ ଶିକ୍ଷା ବେଂ ସାକ୍ଷରତା ବିଭାଗ ଦ୍ୱାରା ଗଠିତ ଏକ ସ୍ୱତନ୍ତ୍ର ଖଣ୍ତପୀଠ,ଶିକ୍ଷକମାନଙ୍କୁ ସେମାନଙ୍କ ନିଷ୍ଠା ସହିତ ଶିକ୍ଷାଦାନ କ୍ଷେତ୍ରରେ ଉକୃଷତା ପାଇଁ ଚୟନ କରିଛନ୍ତି । ଟକନକ ଶକ୍ତି ହେଉଛି ସେହ ଜିଲ୍ଲାର ସବୁଠାରୁ ବଡ ଗ୍ରାମ ମଧ୍ୟରେ ଅନ୍ୟତମ । ଏହି ତିନିବର୍ଷ ମଧ୍ୟରେ ଛାତ୍ରମାନଙ୍କର ନାମଲେଖା ବର୍ତ୍ତମାନ ୪ରୁ ୧୦୩କୁ ବୃଦ୍ଧି ପାଇଛି । ଏଥିରେ ଲଦାଖରେ ଥିବା ସରକାରୀ ବିଦ୍ୟାଳୟର ପରିବର୍ତ୍ତିତ ଦୃଶ୍ୟକୁ ଦର୍ଶା ଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular