spot_img

ଏହି ସପ୍ତାହରେ ସିଲାବସ୍ କମାଇବା ଉପରେ ହେବ ନିଷ୍ପତ୍ତି

ଭୁବନେଶ୍ୱର: କରୋନା ସଂକ୍ରମଣରେ ପିଲାଙ୍କ ପାଠପଢ଼ା ବ୍ୟାପକ ଭାବେ ପ୍ରଭାବିତ ହୋଇଥିବାରୁ ସରକାର ଏନେଇ ତତ୍ପରତା ଦେଖାଉଛନ୍ତି । ଏଇ ସପ୍ତାହରେ ସିଲାବସ୍ ଉପରେ ନିଷ୍ପତ୍ତି ନିଆଯିବ ଓ ଛାତ୍ରଛାତ୍ରୀଙ୍କ ଦ୍ୱନ୍ଦ୍ୱ ଦୂର ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି । ଗଲା ଜୁନ୍ ୧୪ରୁ ପାଠପଢା ଆରମ୍ଭ ହେବା କଥା । ହେଲେ କୋଭିଡ୍୧୯ ପ୍ରକୋପର ଶିକ୍ଷା ବ୍ୟବସ୍ଥା ଠପ୍ ହୋଇ ପଡ଼ିଛି ।

ତେବେ ସିଲାବସକୁ ସଂକ୍ଷିପ୍ତ କରିବା ପାଇଁ ଏକ ଏକ୍ସପର୍ଟର ସହଯୋଗ ନିଆଯାଇଥିଲା । ଅତି ଦରକାର ବିଷୟ ବସ୍ତୁକୁ ପ୍ରାଥମିକତା ଦେଇ ଏମାନେ ଏକ ନୂଆ ସିଲାବସ ପ୍ରସ୍ତୁତ ନେଇ ରିପୋର୍ଟ ଦେଇଛନ୍ତି । ଏବେ ରିପୋର୍ଟ ଉପରେ ଆଲୋଚନା ହେବ । ପ୍ରମୁଖ ସଚିବଙ୍କ ମାଧ୍ୟମରେ ଏହାର ଯାଞ୍ଚ ହେବ । କେତେ ପ୍ରତିଶତ ସିଲାବସ କମିବ ଓ କେଉଁ କେଉଁ ବିଷୟବସ୍ତୁ ବାଦ ପଡ଼ିବ ସେନେଇ ଟିପ୍ପଣୀ ଏବେ କରାଯାଇପାରିବ ନାହିଁ ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି । ଅନ୍ୟପକ୍ଷରେ ସ୍କୁଲ ଖୋଲିବା ଉପରେ ସିଲାବସର କାଟଛାଣ୍ଟ୍ ସିଧାସଳଖ ଭାବେ ନିର୍ଭର କରୁଛି ବୋଲି ମନ୍ତ୍ରୀ କହିଛନ୍ତି । ତାଙ୍କ କହିବା କଥା ଯେ ସ୍କୁଲ ଢେର ଦିନ ହେବ ବନ୍ଦ ହେଲାଣି । କେବେ ସ୍କୁଲ ଖୋଲିଲେ କେତେ ପାଠ୍ୟକ୍ରମ ପଢାଇ ହେବ ତାହା ସ୍ପଷ୍ଟ ଭାବେ ଜଣାପଡ଼ି ପାରିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular