ଭୁବନେଶ୍ୱର: କଟକ ଜିଲ୍ଲାର ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାପାଳ ଭବନୀ ଶଙ୍କର ଚୟନୀ ଏହା କହିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କଟକ ଜିଲ୍ଲାରେ ମୋଟ ୬୯ ହଜାର ୨୧୭ ନମୁନା ଟେଷ୍ଟ ହୋଇଛି । ଏଥିରୁ ୪୨ ହଜାର ୦୯୪ଟି ଆରଟିପିସିଆର ହୋଇଥିବା ବେଳେ ୨୭ ହଜାର ୧୨୩ ହେଉଛି ଆଣ୍ଟି ଜେନ ଟେଷ୍ଟ । ମୋଟ ୫ ହଜାର ୧୭୪ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏବେ ୧୭୩୪ଜଣ ଚିକିତ୍ସାଧୀନ ଅଛନ୍ତି । ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରେ ୧୨୩୮ ଜଣ ଅର୍ଥାତ୬୨.୧୮ ପ୍ରତିଶତ ସହରାଞ୍ଚଳର ହୋଇଥିବା ବେଳେ ଗ୍ରାମାଞ୍ଚଳରୁ ୪୯୬ ଅର୍ଥାତ ୩୭.୮୨ ପ୍ରତିଶତ ଆକ୍ରାନ୍ତ ଅଛନ୍ତି ।
ଚଳିତ ସପ୍ତାହରେ ୬୫.୭୭ ପ୍ରତିଶତ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲା ବେଳେ ୩୩.୫୧ ପ୍ରତିଶତ ପଜିଟିଭ ଚିହ୍ନଟ ହୋଇଥିଲେ।
କଟକ ଜିଲ୍ଲାରେ କୋଭିଡ ଭିତ୍ତିଭୂମି ସୁଦୃଢ଼ ଅଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୫ କୋଟି ଟଙ୍କାର ସ୍ୱତନ୍ତ୍ର ଅନୁଦାନ ମିଳିଛି। ଆଚାର୍ୟ୍ୟ ହରିହର କ୍ୟନସର ପ୍ରତିଷ୍ଠାନ, ବିଭିନ୍ନ କୋଭିଡ ହେଲଥ କେୟାର ସେଣ୍ଟର ପାଇଁ ଅନୁଦାନ ମିଳିଛି। ଜିଲ୍ଲାରେ ସାଧାରଣ ବେଡ ୧୧୬ରୁ ୨୩୧କୁ ବୃଦ୍ଧି ପାଇଛି। ସେହିପରି ଆଇସିୟୁ ୩୪ରୁ ୫୮କୁ ବୃଦ୍ଧି ହୋଇଛି। ୮ଟି କୋଭିଡ କେୟାର ସେଣ୍ଟରରେ ୧୨୩୦ ବେଡ ରହିଛି। ହୋମ ଆଇସୋଲେସନ ପାଇଁ ରୋଗୀମାନଙ୍କ ଆଗ୍ରହ ବଢ଼ାଇବାକୁ ଜିଲ୍ଲା ପ୍ରଶାସନ ଚେଷ୍ଟା କରୁଛି।



Visitors Today : 2
Total Visitors : 130302
Total Views : 9891805
Visitors Online Now : 1