ଓଡିଶା ସମେତ ଦେଶରେ ବିଶ୍ବସ୍ତରୀୟ ଚିକିତ୍ସା ସୁବିଧା ଭିତ୍ତିଭୂମି ଉପରେ ମୋଦି ସରକାର ଗୁରୁତ୍ବ ଦେଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତ ସରକାର ବିଗତ ୬ ବର୍ଷ ମଧ୍ୟରେ ଓଡ଼ିଶାରେ ୬ଟି ମେଡ଼ିକାଲ ସମେତ ସାରାଦେଶରେ ୧୫୦ଟି ନୂଆ ମେଡିକାଲ କଲେଜ ନିର୍ମାଣ କରିବାର କାମ ଆରମ୍ଭ କରି ଦେଇଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
“ଦେଶରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ମୋଦି ସରକାରଙ୍କ ଦ୍ବାରା ନିଆଯାଇଥିବା ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତ ସରକାର ଦେଶର ପ୍ରତ୍ୟେକ ନାଗରିକଙ୍କୁ ସୁଲଭ ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ପ୍ରତିଶ୍ରୁତିବଦ୍ଧ । ମୋଦି ସରକାର ଭାରତକୁ ଆୟୁଷ୍ମାନ କରିବା ପାଇଁ ବଜେଟରେ ପ୍ରତିବର୍ଷ ଅଧିକ ଅର୍ଥ ବ୍ୟୟବରାଦ କରୁଛନ୍ତି । ଚଳିତ ଦଶନ୍ଧି ମଧ୍ୟରେ ସ୍ବାସ୍ଥ୍ୟକ୍ଷେତ୍ର ପାଇଁ ସର୍ବାଧିକ ବଜେଟ୍ ବ୍ୟୟବରାଦ ମୋଦି ସରକାରଙ୍କ ସ୍ବାସ୍ଥ୍ୟସେବା ପ୍ରତି ଥିବା ପ୍ରାଥମିକତାକୁ ଦର୍ଶାଉଛି”।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0