କଟକ: ଆଜିଠାରୁ ରାଜ୍ୟରେ ସମସ୍ତ ନିମ୍ନ ଅଦାଲତ ଓ ଟ୍ରିବୁ୍ୟନାଲ ସ୍ୱାଭାବିକ ଭାବେ କାର୍ଯ୍ୟ କରିବ । ତେବେ ସମସ୍ତ ପ୍ରକିୟା ଭିଡ଼ିଓ କନଫରେନ୍ସିଂ ଜରିଆରେ କରାଯିବ । ଯେଉଁ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ସଟଡ଼ାଉନ କିମ୍ବା ଲକଡ଼ାଉନ ଭଳି କଟକଣା ଲାଗୁ ହୋଇଥିବ, ସେଠାରେ ଅଦାଲତ କାମ ହେବ ନାହିଁ । ସେହି ଅଞ୍ଚଳରେ କୋର୍ଟ କାର୍ଯ୍ୟ ବନ୍ଦ ରହିବ । ଏନେଇ ଓଡ଼ିଶା ହାଇକୋର୍ଟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଯେଉଁ ସ୍ଥାନରେ ଇଣ୍ଟରନେଟ୍ କିମ୍ବା ଅନ୍ୟ କୌଣସି ସାକ୍ଷୀ କିମ୍ବା ଅଭିଯୁକ୍ତଙ୍କୁ ବ୍ୟକ୍ତିଗତ ଭାବେ ହଜାର ପାଇଁ ବାଧ୍ୟ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟଳୟ ।
ଅନ୍ୟ ପଟେ ହାଇକୋର୍ଟରେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ କାର୍ଯ୍ୟ ଚାଲୁ ରହିବ । ହାଇକୋର୍ଟଙ୍କ ସମସ୍ତ କାର୍ଯ୍ୟ ଭର୍ଚୁଆଲ ମୋଡ଼ ହେବ । ନୂଆ କେସ୍ଗୁଡ଼ିକ ଇ-ମେଲ,ଇ-ଫାଇଲିଂ କିମ୍ବା ଡ୍ରାପ ବକ୍ସ ମାଧ୍ୟମରେ ଦାଖଲ କରାଯିବ । ଏନେଇ ହାଇକୋର୍ଟ ରେଜଷ୍ଟ୍ରିାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0