spot_img

ଏସସିବିରେ ହେବ ୨୫୦ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ

କଟକ: କଟକର ବଡ ଡାକ୍ତରଖାନା ଏବେ କରୋନା ସଂକ୍ରମଣର ହଟସ୍ପଟ୍ ପାଲଟିଛି । ଗଞ୍ଜାମ, ଖୋର୍ଦ୍ଧା ଓ କଟକରେ କରୋନା ସ୍ଥିତି ସଙ୍ଗିନ । ଏଭଳି ସମୟରେ କଟକ ବଡଡାକ୍ତରଖାନାରେ ୨୫୦ ଶଯ୍ୟାବିଶିଷ୍ଟ କୋଭିଡ ହସ୍ପିଟାଲ ପାଇଁ ସରକାର ଯୋଜନା କରିଥିବା ଜଣାପଡିଛି । କେଉଁଠି ଓ କିପରି କୋଭିଡ ହସ୍ପିଟାଲ କରାଯିବ , ସେ ସମ୍ପର୍କରେ ଏସସିବି ପକ୍ଷରୁ ଏକ ବ୍ଲୁ ପ୍ରିଣ୍ଟ୍ ସରକାରଙ୍କୁ ପ୍ରଦାନ କରାଯାଇଛି । ସୂଚନା ମୁତାବକ, ଏସସିବି ନ୍ୟୁ ମେଡିସିନ୍ ବିଭାଗ କୋଠାରେ ୨୫୦ ଶଯ୍ୟାବିଶିଷ୍ଟ କୋଭିଡ ହସ୍ପିଟାଲ କରାଯିବାର ଯୋଜନା କରାଯାଇଛି । ଏଠାରେ ୧୪ଟି ଆଇସିୟୁ ଶଯ୍ୟା ରହିଛି । ଉକ୍ତ କୋଠାରେ ଚିକିତ୍ସିତ ହେଉଥିବା ରେଗୀମାନଙ୍କୁ ଦୁଇଟି ଭାଗରେ ବିଭକ୍ତ କରାଯିବ । ପୁରୁଷ ରୋଗୀ ତଥା ଟ୍ରମାରେ ଥିବା ୮୫ ବେଡ୍ ଓ ୧୪ ଆଇସିୟୁରେ ଥିବା ମହିଳା ରୋଗୀଙ୍କୁ ଆଞ୍ଚଳିକ ମେରୁଦଣ୍ଡ ଆଘତ କେନ୍ଦ୍ରରେ ଭର୍ତ୍ତି କରାଯିବ । ପ୍ରଥମେ ଆଞ୍ଚଳିକ ମେରୁଦଣ୍ଡ ଆଘତ କେନ୍ଦ୍ରରେ କୋଭିଡ ହସ୍ପିଟାଲ ପାଇଁ ଯୋଜନା କରାଯାଇଥିଲା । କିନ୍ତୁ ସେଠାରେ ଆଇସିୟୁ ବ୍ୟବସ୍ଥା ନଥିବା ଓ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ଏହାକୁ ବାତିଲ କରାଯାଇ ନ୍ୟୁ ମେଡିସିନ୍ କୋଠାକୁ କୋଭିଡ ହସ୍ପିଟାଲ କରିବାକୁ ଯୋଜନା କରଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular