spot_img

ଆରମ୍ଭ ହେଲା ଅନଲାଇନ ଓପିଡି..ଆଉ ଧାଡିରେ ଛିଡାହେବେନି ଗର୍ଭବତୀ ମହିଳା-ଦିଲ୍ଲୀ.

ମହାମାରୀ କରୋନା ସମୟରେ ଡାକ୍ତରଖାନାରେ ଦୀର୍ଘ ସମୟ ଧରି ଅପେକ୍ଷା କରୁଥିବା ଗର୍ଭବତୀ ମହିଳାଙ୍କ ସମସ୍ୟା ଦୁର କରିବା ପାଇଁ ଦିଲ୍ଲୀରେ ଅରବିନ୍ଦ କେଜ୍ରିଫ୍ୱାଲ ସରକାର ପଶ୍ଚିମ ଦିଲ୍ଲୀର ପଲାମସ୍ଥିତ ଦାଦା ଦେବ ହସ୍ପିଟାଲରେ ଏକ ଅନଲାଇନ ଓପିଡି ଆରମ୍ଭ କରାଯାଇଛି । ତେବେ କେଜ୍ରିଫ୍ୱାଲ ଅନ୍ୟ ସରକାରୀ ଡାକ୍ତରଖାନା ଗୁଡିକୁ ମଧ୍ୟ ଏହି ଆପ୍ ବ୍ୟବହାର କରିବା ପାଇଁ ପରାର୍ମଶ ଦେଇଛନ୍ତି । ସୋମବାର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଏହି ଆପ୍ ଲଂଚ କରିଛନ୍ତି ।ଯାହା ସାହାର୍ଯ୍ୟରେ ଘରେ ବସି ଆପାର୍ଟମେଣ୍ଟ ବୁକ୍ କରିପାରିବେ । ଏହି ଅବସରରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କହିଛନ୍ତି ଗର୍ଭବତୀ ମହିଳା ରୋଗୀଙ୍କୁ ଆଉ ଲମ୍ବା ଧାଡିରେ ଛିଡା ହେବାକୁ ପଡିବ ନାହିଁ । କୋରାନା ଭାଇରସ୍ ମହାମାରୀ ସମୟରେ ଭିଡ ହେବା ଉଚିତ ନୁହେଁ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular