spot_img

ମହିଳାଙ୍କୁ ସଶକ୍ତ କରିବା ଦିଗରେ ବିବେକାନନ୍ଦଙ୍କ ବିଚାରକୁ ପ୍ରଧାନମନ୍ତ୍ରୀ ଅନୁସରଣ କରୁଛନ୍ତି

ଭୁବନେଶ୍ୱର: ‘ମହିଳାଙ୍କ ପ୍ରତି ଆଚରଣ ଗୋଟିଏ ରାଷ୍ଟ୍ରର ପ୍ରଗତିକୁ ମାପିବାର ସବୁଠୁ ବଡ଼ ମାପକାଠି ବୋଲି ସ୍ୱାମୀ ବିବେକାନନ୍ଦ କହିଥିଲେ’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିଚାର ଧାରାକୁ କାର୍ଯ୍ୟରେ ପ୍ରୟଗୋ କରିଛନ୍ତି । ଏଥିସହିତ ମହିଳାଙ୍କୁ ସଶକ୍ତ କରାଇବା ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି ବୋଲି ଟ୍ୱିଟ କରି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ମହିଳାଙ୍କୁ ସଶକ୍ତ କରିବା ଦିଗରେ ପ୍ରଧାନମନ୍ତ୍ରୀ ବିଭିନ୍ନ ପଦକ୍ଷେପ ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ କରି ଲେଖିଛନ୍ତି । ‘

ପ୍ରଧାନମନ୍ତ୍ରୀ ମୋଦିଙ୍କ ନୀତି ଯୋଗୁ ଦେଶରେ ଅନ୍ୟ ରାଜ୍ୟ ପରି ଓଡ଼ିଶାରେ ପରିବର୍ତ୍ତନ ଦେଖାଦେଇଛି । ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ଓଡ଼ିଶାରେ ୪୭ ଲକ୍ଷରୁ ଉଦ୍ଧ୍ୱର୍ ଗରିବ ମହିଳାଙ୍କ ଜୀବନଶୈଳିକୁ ଉନ୍ନତି କରିଛି । ଅପରପକ୍ଷରେ ସ୍ୱଚ୍ଛ ଭାରତ ଅଭିଯାନରେ ଓଡ଼ିଶାରେ ୮୦ ଲକ୍ଷରୁ ଉର୍ଦ୍ଧ ଶୌଚାଳୟ ନିର୍ମାଣ ହୋଇଛି । ସେହି ପରି ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାଜନର ଲାଭ ପାଇବାରେ ମଧ୍ୟ ଓଡ଼ିଶା ଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular