କଟକ: କଟକରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । କଟକ ସହରର କୁମ୍ଭାର ସାହିରେ ଗୋଟିଏ ପ୍ରସାଦରୁ ଗୋଟିଏ ଦିନରେ ୨୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏକାବେଳେ ଏତେ ସଂଖ୍ୟାର ପଜିଟିଭ ଚିହ୍ନଟ ହେବା ପରେ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଶା କରିଛି ସିଏମସି । ଏହି ଅଟ୍ଟାଳିକାରେ ୯ଟି ପରିବାରରୁ ୨୬ ପଜିଟିଭ ବାହାରିଛନ୍ତି । ଆଜି ଏହି ଅଞ୍ଚଳରୁ ୨୬ ଆକ୍ରାନ୍ତ ସଂସ୍ଫର୍ଶରେ କିଏ କିଏ ଆସିଛନ୍ତି ତାର କଂଣ୍ଟାକ୍ଟ ଟ୍ରେସିଂ କରାଯିବ । ସ୍ଥାନୀୟ ଅଞ୍ଚଳରେ ଗୋଷ୍ଠି ସଂକ୍ରମଣ ଆଶଙ୍କା ଥିବାରୁ ବିଲିଂ ଉପରେ ସିଏମସି କଟକଣା ଜାରି କରିଛି । ଜରୁରୀ ସାମଗ୍ରୀ ପହଞ୍ଚାଇବାକୁ ସ୍ଥାନୀୟ ପୂଜା କମିଟିକୁ ଦାୟିତ୍ୱ ଦିଆଯାଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0