ମହାରାଷ୍ଟ୍ର: ମହାରାଷ୍ଟ୍ରର ରାୟଗଡ଼଼ରେ ଏକ ପାଞ୍ଚ ତାଲା ବିଶିଷ୍ଟ ବିଲଡିଂ ଭୁଷୁଡି ଦୁଇ ଜଣଙ୍କର ମୃତ୍ୟ ହୋଇଥିବା ସୂଚନା ମିଳିଛି । ପ୍ରାୟ ୧୬ରୁ ଉର୍ଦ୍ଧ୍ୱ ଲୋକ ଏବେବି ଫସି ରହିଥିବା ଆଶଙ୍କା କରାଯାଉଛି । ଏହି ବିଲଡିଂରେ ପ୍ରାୟ ୪୧ଟି ଫ୍ଲାଟ୍ ଥିଲା । ପ୍ରାୟ ୮୦ ଲୋକ ରହୁଥିଲେ । ୬୦ ଜଣ ସୁରକ୍ଷିତ ଅଛନ୍ତି । ବିଲଡିଂ ଧସିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଥିଲା । ପୁନାରୁ ଏନ୍ ଡିଆରଏଫ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚିବା ପରେ ସାରା ରାତି ଉଦ୍ଧାର କାର୍ଯ୍ୟ ଚାଲିଥିଲା । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ମଧ୍ୟ ଏହି ଦୁର୍ଘଟଣାରେ ଚିନ୍ତା ପ୍ରକଟ କରିଛନ୍ତି ।

ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଟ୍ୱିଟ୍ କରି ଦୁର୍ଘଟଣା ଉପରେ ଚିନ୍ତା ପ୍ରକଟ କରିବା ସହ ସମସ୍ତ ପ୍ରକାରର ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଯୋଗ୍ୟ କି ଏହି ଅଟ୍ଟାଳିକାଟି ମାତ୍ର ଦଶ ବର୍ଷ ପୂର୍ବରୁ ତିଆରି ହୋଇଥିଲା । ପୋଖରୀ କୂଳରେ ନିର୍ମିତ ଏହି ସୌଧରେ ଖରାପ ଉପକରଣର ବ୍ୟବହାର ଓ ବିଲଡିଂର ଡିଜାଇନକୁ ନେଇ ବର୍ତ୍ତମାନ ପ୍ରଶ୍ନ ଉଠୁଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0