ସମ୍ବଲପୁର: ଇତିହାସ ରଚିଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ମହାବିଦ୍ୟାଳୟ । ମହାକାଶ ଗବେଷଣା କ୍ଷେତ୍ରରେ ବୈଷୟିକ ସହଯୋଗ ପାଇଁ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ଓ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏମଓୟୁ ସ୍ୱାକ୍ଷର ହୋଇଛି । ଅନଲାଇନରେ ହୋଇଥିବା ଏହି ଏମଓୟୁ ସ୍ୱାକ୍ଷର କାର୍ଯ୍ୟକ୍ରମରେ ଇସ୍ରୋର ଅଧ୍ୟକ୍ଷ କେ.ଶିବନ୍, ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ, ଭିସୁଟ୍ କୁଳପତି ପ୍ର. ଅଟଳ ଚୌଧୁରୀଙ୍କ ସମେତ ଉଭୟ ପକ୍ଷର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଚୁକ୍ତି ଅନୁସାରେ ମହାକାଶ ଗବେଷଣାର ବୈଜ୍ଞାନିକ ଦିଗକୁ ବିକଶିତ କରିବାରେ ଉଭୟ ଅନୁଷ୍ଠାନ ମିଳିତ ଭାବେ କାର୍ଯ୍ୟ କରିବେ । ଏନେଇ ଭିସୁଟ୍ର ଜନ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗବେଷଣା ପାଇଁ ଇସ୍ରୋ ଦେଶର କୌଣସି ବିଶ୍ୱବିଦ୍ୟାଳୟ ସହ ଚୁକ୍ତି କରିବା ପ୍ରଥମ ଘଟଣା ।



Visitors Today : 0
Total Visitors : 130181
Total Views : 9891632
Visitors Online Now : 0