spot_img

କୋରାପୁଟ ଜିଲ୍ଳାର ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ କରୋନା

କୋରାପୁଟ: କୋରାପୁଟ ଜିଲ୍ଲାର ପଟାଙ୍ଗୀ ବିଧାୟକ ପ୍ରୀତମ ପାଢୀ ଓ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ କରୋନା ସଂକ୍ରମିତ ହୋଇଛନ୍ତି । ତେବେ ଉଭୟଙ୍କର କୌଣସି ଲକ୍ଷଣ ନାହିଁ ଓ ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ସୂଚନା ଦେଇଛନ୍ତି । ବିଧାୟକ ପ୍ରୀତମ ପାଢୀ କହିଛନ୍ତି ଯେ, ତାଙ୍କ ସଂସ୍ପର୍ଶରେ ଆସିଥବା କିଛି ଲୋକଙ୍କର କୋଭିଡ ପଜିଟିଭ ଜାଣିବା ପରେ ସେ ନିଜର ପରୀକ୍ଷା କରାଇଥିଲେ । ତାଙ୍କର ରିପୋର୍ଟ ପଜିଟିଭ ଆସିଛି । କିନ୍ତୁ ତାଙ୍କର କୌଣସି ଲକ୍ଷଣ ପ୍ରକାଶ ଦେଖାନଦେବାରୁ ସେ ଏବେ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଏବେ ନିଜ ବାସଭବନରେ ଏକାନ୍ତବାସରେ ରହିଛନ୍ତି । ତେବେ ଏହି କିଛି ଦିନ ଭିତରେ ତାଙ୍କର ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ ନିଜର ପରୀକ୍ଷା କରାଇନେବା ପାଇଁ ସେ ପରାମର୍ଶ ଦେଇଛନ୍ତି । ସେହିପରି ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀଙ୍କ କରୋନା ରିପୋର୍ଟ ମଧ୍ୟ ପଜିଟିଭ ଆସିଛି । ତାଙ୍କର ମଧ୍ୟ କୌଣସି କୋଭିଡ ଲକ୍ଷଣ ନାହିଁ ଓ ଡାକ୍ତରୀ ପରାମର୍ଶକ୍ରମେ ଏକାନ୍ତବାସରେ ରହି ଚିକିତ୍ସିତ ହେଉଛନ୍ତି ବୋଲି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular