spot_img

NEET ଓ JEE  ପରୀକ୍ଷା ଘୁଞ୍ଚାଇବାକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏକକ ମେଡ଼ିକାଲ ନାମଲେଖା ଏଣ୍ଟ୍ରାନ୍ସ (NEET ) ଏବଂ ଯୁଗ୍ମ ଇଞ୍ଜିନିୟରିଂ ପ୍ରବେଶିକା (JEE ) ପରୀକ୍ଷା ଘୁଞ୍ଚାଇବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶକଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ଘୁଞ୍ଚାଇବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ନବୀନ ପଟ୍ଟନାୟକ । କରୋନା ଯୋଗୁଁ ପରୀକ୍ଷା କେନ୍ଦ୍ର ଯାଇ ପରୀକ୍ଷା ଦେବା ଛାତ୍ରଛାତ୍ରିଙ୍କ ପାଇଁ ନିରାପଦ ନୁହେଁ ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ବିଭିନ୍ନ ସ୍ଥାନରେ ସଟଡ଼ାଉନ ଓ ଲକଡ଼ାଉନ ମଧ୍ୟ ଯାତାୟତରେ ସମସ୍ୟା ସୃଷ୍ଟି କରିବ । ଓଡ଼ିଶାର ଆଦିବାସୀ ଅଞ୍ଚଳର ପିଲାଙ୍କ ଲାଗି ପରୀକ୍ଷା ଦେବାରେ ବି ସମସ୍ୟା ହେବ । ଦୁର୍ଗମ ଅଞ୍ଚଳରୁ ଯାଇ ଦୂରରେ ପରୀକ୍ଷା ଦେବାରେ ସେମାନଙ୍କ ପାଇଁ ଅସୁବିଧା ହେବ । ଏହା ସହିତ ଓଡ଼ିଶାରେ ସମସ୍ତ ୩୦ଟି ଜିଲ୍ଲାରେ କେନ୍ଦ୍ର କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ୩୦ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ହେଲେ ପିଲାମାନେ ୨/୩ ଘଣ୍ଟାରେ ଯାଇ ଫେରି ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular