ମୁମ୍ବାଇ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆଦିତ୍ୟ ଠାକରେ । ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଆଦିତ୍ୟ ଠାକରେ କରୋନା ପାଇଁ ଜାନୁଆରୀରୁ ଶିକ୍ଷା ବର୍ଷ ଆରମ୍ଭ କରିବାକୁ ଚିଠି ଲେଖିଛନ୍ତି । ସମ୍ପୂର୍ଣ୍ଣ ପାଠପଢାକୁ ବନ୍ଦ କରିବା କିମ୍ବା ବିନା ପାଠପଢାରେ ପରୀକ୍ଷା କରିବା ଆଦୈା ସମ୍ଭବ ନୁହେଁ । ଯଦି ୨୦୨୧ ଜାନୁଆରୀରୁ ନୂତନ ଶିକ୍ଷାବର୍ଷ ଆରମ୍ଭ କରାଯାଏ ତେବେ ପାଠପଢା କ୍ଷେତ୍ରରେ ହୋଇଥିବା କ୍ଷତିର ଭରଣା କରାଯାଇପାରିବ ବୋଲି ଆଦିତ୍ୟ ଠାକରେ ପ୍ରଧାନମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ପରୀକ୍ଷା ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ମାତ୍ର ଏହା ସମ୍ଭବ ନୁହେଁ । ଅନ୍ୟପଟେ, ନୂୂତନ ଶିକ୍ଷାବର୍ଷକୁ ଜୁନ-ଜୁଲାଇ ୨୦୨୦ ବଦଳରେ ଜାନୁଆରୀ ୨୦୨୧ ରୁ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମହାରାଷ୍ଟ୍ର ଶିକ୍ଷାମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0