spot_img

କରୋନାରୁ ସୁସ୍ଥ ପରେ କେବିସି ସୁଟିଂ ଆରମ୍ଭ କଲେ ଅମିତାଭ ବଚ୍ଚନ

ମୁମ୍ବାଇ: ମହାମାରୀ କରୋନାରୁ କିଛି ଦିନ ତଳେ ସୁସ୍ଥ ହୋଇଛନ୍ତି ବିଗ ବି ଅମିତାଭ ବଚ୍ଚନ । ଏବେ ସେ ତାଙ୍କ ଫେମସ୍ ରିୟାଲିଟି ସୋ ‘କୌନ ବନେଗା କରୋଡପତି’ ର ଦ୍ୱାଦଶ ସଂସ୍କରଣ ପାଇଁ ସୁଟିଂ ଆରମ୍ଭ କରିଛନ୍ତି । ଅମିତାଭ ବଚ୍ଚନ ତାଙ୍କ ସୁଟିଂ ସେଟର ଏକ ଫଟୋ ସେୟାର କରି ଲେଖିଛନ୍ତି , କାମକୁ ଫେରିଛି, ନୀଳ ପିପିଇ କିଟ୍ ପିନ୍ଧି । କେବିସିର ଏବେ ୧୨ ତମ ସଂସ୍କରଣ ସୁଟିଂ ଚାଲିଛି । ସୁଟିଂ ସେଟରେ ବହୁତ ଧ୍ୟାନ ଓ ଯତ୍ନ ନିଆଯାଉଛି । ସମସ୍ତ ସତର୍କତାର ସହିତ କାର୍ଯ୍ୟ କରାଯାଉଛି ।’
ବିଗ୍ ବି ମେ ମାସରେ ଘରେ ରହି କେବିସି -୧୨ ସୁଟିଂ ଆରମ୍ଭ କରିଥିଲେ । ତେବେ ଜୁଲାଇରେ ସେ କରୋନା ଭାଇରସ୍ ପଜିଟିଭ ଚିହ୍ନଟ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular