ବାଙ୍କୀରେ ପ୍ରବେଶ କରିଛି ମହାନଦୀର ପ୍ରଥମ ବନ୍ୟାଜଳ । ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ବାଙ୍କୀର ତାଳବସ୍ତ ଓ ବାଲିପଡାରୁ ବାଙ୍କୀ ଯୋଗାଯୋଗ ବିଛିନ୍ନ ହୋଇଛି । ତାଳବସ୍ତକୁ ବାଙ୍କୀ ଯାତାୟତ କରୁଥିବା ରାସ୍ତା ଉପରେ ୪ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଏହାଫଳରେ ଅନେକ ତଳିଆ ଅଞ୍ଚଳରେ ବନ୍ୟାପାଣି ପ୍ରବାହିତ ହେଉଛି । ଫଳରେ ହେକ୍ଟର ହେକ୍ଟର ଧାନ ଓ ପରିବା ଫସଲ ନଷ୍ଟ ହେବାର ଆଶଙ୍କା ରହିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0