ନୂଆଦିଲ୍ଲୀ: ଚଳିତ ବର୍ଷ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ । ମୋବାଇଲରେ ଲାଇଭ ଷ୍ଟ୍ରିମିଙ୍ଗ ଦେଖିବାକୁ ଅପେକ୍ଷା କରିଥିବା କ୍ରିକେଟପ୍ରେମୀଙ୍କ ପାଇଁ ରିଲାଏନ୍ସ ଜିଓ ତିନୋଟି ପ୍ରି-ପେଡ ପ୍ଲାନ ଲଞ୍ଚ କରିଛି । ଏହି ନୂତନ ଯୋଜନାଗୁଡିକରେ ଜିଓ ପ୍ରି-ପେଡ୍ ବ୍ୟବହାରକାରୀମାନେ ଡିସ୍ନି ସହ ହଟଷ୍ଟାରର ଏକ ବର୍ଷର ସବସ୍କ୍ରିପସନ ପାଇବେ । ଜିଓର ୪୦୧ ଟଙ୍କା ଯୋଜନାରେ ୨୮ ଦିନର ବୈଧତା ମିଳିବ ଏବଂ ପ୍ରତିଦିନ ୩ ଜିବି ଡାଟା ଉପଲବ୍ଧ ହେବ । ଯଦି ଆପଣ ଦୈନିକ ୩ ଜିବି ଡାଟା ବ୍ୟବହାର କରିଦିଅନ୍ତି, ତେବେ କମ୍ପାନୀ ଦ୍ୱାରା ୬ ଜିବି ଅତିରିକ୍ତ ଡାଟା ଦିଆଯିବ । ଏହି ପ୍ଲାନ ସେମାନଙ୍କ ପାଇଁ ଲଞ୍ଚ କରାଯାଇଛି ଯେଉଁମାନେ ପ୍ରତିଦିନ ବହୁତ ଡାଟା ବ୍ୟବହାର କରୁଛନ୍ତି । ୨ୟ ପ୍ଲାନ ଅନୁସାରେ ୪୯୯ ଟଙ୍କାର କ୍ରିକେଟ୍ ପ୍ୟାକ । ଏଥିରେ ଏକ ବର୍ଷର ଡିସ୍ନି ଓ ହଟଷ୍ଟାର ସବସ୍କ୍ରିପସନ୍ ଦିଆଯାଉଛି । ଏହି ଯୋଜନାରେ ଅସୀମିତ କ୍ରିକେଟ କଭରେଜ୍ ଉପଲବ୍ଧ ହେବ । ତେବେ ୪୯୯ ଟଙ୍କା ରିଚାର୍ଜ ଯୋଜନାରେ ପ୍ରତିଦିନ ୧.୫ ଜିବି ଡାଟା ଉପଲବ୍ଧ ହେବ । ମାତ୍ର ଏହି ପ୍ଲାନରେ ଏସଏମଏସ ଓ ଭଏସ ସୁବିଧା ଉପଲବ୍ଧ ହେବ ନାହିଁ । ଏହି ଯୋଜନାର ବୈଧତା ୫୬ ଦିନ ପାଇଁ ରହିବ । ୩ୟରେ ୭୭୭ ଟଙ୍କା ରିଚାର୍ଜ ପ୍ଲାନରେ ଏକ ବର୍ଷର ଡିଜନି ଓ ହଟଷ୍ଟାର ସବସ୍କ୍ରିପସନ୍ ମଧ୍ୟ ଉପଲବ୍ଧ ହେବ । କିନ୍ତୁ ୪୯୯ ଟଙ୍କା ପ୍ଲାନ ବ୍ୟତୀତ ଜିଓ ବ୍ୟବହାରକାରୀଙ୍କୁ ଏଥିରେ ଭଏସ୍ ଏବଂ ଡାଟା ସୁବିଧା ଦିଆଯିବ । ଏହା ଏକ ତ୍ରୟମାାସିକ ଯୋଜନା ହେବ, ଯେଉଁଥିରେ ୧୩୧ ଜିବି ଡାଟା, ଅସୀମିତ କଲିଂ ଏବଂ ଜିଓ ଆପ୍ସ ବ୍ୟବହାର ସୁବିଧା ଦିଆଯିବ । ଏହି ଯୋଜନାର ବୈଧତା ୮୪ ଦିନର ରହିବ ବୋଲି ଜିଓ ୱେବସାଇଡରୁ ସୂଚନା ମିଳିଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0