spot_img

ସେପ୍ଟେମ୍ବରରେ ହେବ ଜେଇଇ ମେନ ଓ ନିଟ୍ ପରୀକ୍ଷା, ଖୁବଶୀଘ୍ର ରିଲିଜ ହେବ ଆଡମିଟ କାର୍ଡ

ଘୁଞ୍ଚିବନି ଜେଇଇ ଓ ନିଟ ପରୀକ୍ଷା । ପୂର୍ବ ନିର୍ଦ୍ଧାରିତ ତାରିଖରେ ଜେଇଇ ଓ ନିଟ୍ ଦୁଇ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଜେଇଇ ମେନ ପାଇଁ ଆଡମିଟ କାର୍ଡ ରିଲିଜ ହୋଇଥିବା ବେଳେ ନିଟ୍ ପରୀକ୍ଷା ପାଇଁ ଖୁବଶୀଘ୍ର ଆଡମିଟ କାର୍ଡ ରିଲିଜ କରାଯିବ । ଜେଇଇ ମେନ୍ ଓ ନିଟ୍ ପରୀକ୍ଷା ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଥିଲେ । ଏହାର କିଛି ସମୟ ପରେ ଏଭଳି ବିଜ୍ଞପ୍ତି ପ୍ରକାଶ କରିଛି ପରୀକ୍ଷା ପରିଚାଳନା କରୁଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି । ସେପ୍ଟେମ୍ବର ୧ରୁ ୬ ତାରିଖ ମଧ୍ୟରେ ଜେଇଇ ମେନ୍ ପରୀକ୍ଷା ହେବା ନେଇ ଏନଟିଏ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ପରୀକ୍ଷା ହେବା ନେଇ ଏନଟିଏ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ପରିକ୍ଷା କେନ୍ଦ୍ରର ସଂଖ୍ୟା ୫୭୦ ରୁ ୬୦୦ କୁ ବଢାଇ ଦିଆଯାଇଛି । ନିଟ ପରୀକ୍ଷା କେନ୍ଦ୍ର ୨୫ ଶଡ ୪୬ରୁ ୩୮ଶହ ୪୩କୁ ବୃଦ୍ଧି କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular