ନୂଆଦିଲ୍ଲୀ: କୋଭିଡ଼୍-୧୯ ଟିକାକୁ ନେଇ ସାରା ବିଶ୍ୱରେ ପ୍ରୟାସ ଚାଲିଛି । ରୁଷ୍ ସହ କୋଭିଡ଼୍ ଟିକା ସ୍ଫୁଟନିକ୍-୫ ଭାରତ ଆଲୋଚନା କରୁଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି । ଉଭୟ ଦେଶ ପରସ୍ପର ଭିତରେ ଯୋଗସୂତ୍ର ରଖିଛନ୍ତି । କେତେକ ପ୍ରାଥମିକ ସୂଚନା ମଧ୍ୟ ମିଳିଛି । ନିକଟରେ ରୁଷ୍ ବିଶ୍ୱର ପ୍ରଥମ କୋଭିଡ଼୍ -୧୯ଟିକା ଭାବେ ପଞ୍ଜିକୃତ କରିଥିବା ‘ସ୍ପୁଟନିକ୍ -୫’ ର ତୃତୀୟ ନୈଦାନିକ ପରୀକ୍ଷା ଚଳାଇଛି । ରୁଷ୍ର ୪୫ଟି ମେଡ଼ିକାଲ ସେଣ୍ଟରରେ ୪୦,୦୦୦ରୁ ଅଧିକ ବ୍ୟକ୍ତିବିଶେଷଙ୍କ ଦେହରେ ଏହି ଟିକା ପ୍ରୟୋଗ କରାଯାଉଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଟାସ୍’ ରିପୋର୍ଟ କରିଥିଲା । ଭାରତରେ ‘ସ୍ଫୁଟନିକ୍-୫’ର ଉତ୍ପାଦନ ନିମନ୍ତେ ରୁଷ୍ ଅଂଶୀଦାର ଖୋଜୁଥିବା କଥା ‘ରଷିଆନ୍ ଡାଇରେକ୍ଟ୍ ଇନ୍ଭେଷ୍ଟମେଣ୍ଟ ଫଣ୍ଡ’ର ସିଇଓ କିରିଲ ଡିମିତ୍ରିଏଭ୍ କହିଥିଲେ । ଟିକା ଉତ୍ପାଦନ ଏକ ଗୁରୁତ୍ୱପୂର୍ଣ୍ଣ କଥା । ସମ୍ପ୍ରତି ଭାରତ ଏହି ଟିକା ଉତ୍ପାଦନ କରିବାରେ ସମର୍ଥ ବୋଲି ସେମାନଙ୍କର ବିଶ୍ୱାସ । ଆହୁରି ମଧ୍ୟ ସେ କହିଥିଲେ କି ତାଙ୍କ ପାଖରେ ଥିବା ଟିକାର ବରାଦ ପୂରଣ କରାଇବାରେ ଏହି ଉତ୍ପାଦନକାରୀ ଅଂଶୀଦାରମାନେ ସହାୟକ ହେବେ । ଲାଟିନ ଆମେରିକା , ଏସିଆ ଏବଂ ମଧ୍ୟପ୍ରାଚ୍ୟର କେତେକ ଦେଶ ଏହି ଟିକା ଉତ୍ପାଦନ ନିମନ୍ତେ ଆଗ୍ରହ ପ୍ରକାଶ କରିଛନ୍ତି । ଟିକା ଉତ୍ପାଦନ ନିମନ୍ତେ ରୁଷ୍ ଆନ୍ତର୍ଜାତିକ ସହଯୋଗ ଲୋଡ଼ୁଥିବା କଥା ସେ କହିଥିଲେ ।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0